You are currently viewing ଗିରଫ ହେଲେ ମହିମା ମିଶ୍ରଙ୍କ ସାନ ପୁଅ

ଗିରଫ ହେଲେ ମହିମା ମିଶ୍ରଙ୍କ ସାନ ପୁଅ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୬/୦୮, ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ମହିମା ମିଶ୍ର ହାଜର ହୋଇଥିବା ବେଳେ ତାଙ୍କ ବଡପୁଅ ଚନ୍ଦନ ମିଶ୍ର ଓ ସାନପୁଅ ଚର୍ଚ୍ଚିତ ମିଶ୍ର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ତିନିି ଜଣଙ୍କୁ ପଚରାଉଚରା କରିବ ସିବିଆଇ । ଅନ୍ୟପଟେ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ୪ଜଣଙ୍କୁ ଗିରଫ କରିଛି ସିବିଆଇ । ଏମାନଙ୍କ ମଧ୍ୟରୁ ୩ଜଣଙ୍କୁ ପଚରାଉଚରା କରିବା ପାଇଁ ୧୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ ।

ଗତକାଲି ମହିମା ମିଶ୍ରଙ୍କ ଘର ଓ ଓଏସଏଲରେ ହୋଇଥିଲା ସିବିଆଇ ଚଡାଉ । ମୋଟ ୧୫ ଟି ସ୍ଥାନରେ ଚଡାଇ କରି ୮୪ ଲକ୍ଷ ୫୦ ହଜାର ଟଙ୍କା ଏବଂ ବହୁଗୁରୁତ୍ୱପୂଣ୍ଣ କାଗଜପତ୍ର ଜବତ କରାଯାଇଛି । ଅନ୍ୟପଟେ ମିଳିଥିବା ତଥ୍ୟ ଅନୁଯାୟୀ ପରାଦ୍ୱୀପ ପୋର୍ଟ ଲାଞ୍ଚ ମାମଲାରେ ଅଭିଯୁକ୍ତଙ୍କ ତାଲିକାରେ ଚର୍ଚ୍ଚିତ ମିଶ୍ରଙ୍କ ନାମ ଥିବାବେଳେ ଆଜି ସକାଳୁ ସିବିଆଇ କାର୍ଯ୍ୟାଳୟରେ ଚର୍ଚ୍ଚିତ ହାଜର ହେବା ପରେ ତାଙ୍କୁ ଗିରଫ କରିଛି ସିବିଆଇ ।

ଅନ୍ୟମାନଙ୍କୁ ଜଣାନ୍ତୁ।