ପୁରୀ (ଏ ଏନ୍ ଏସ) ୧୧/୧୦ : କଟକ ଫୁଲନଖରା ଅଞ୍ଚଳର ଯୁବକ ସତ୍ୟବ୍ରତ ଦାସ ସାଇକେଲ ଯୋଗେ ଚାରିଧାମ ଯାତ୍ରା କରି ଆଜି ଆସି ପୁରୀରେ ପହଞ୍ଚିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ସତ୍ୟବ୍ରତ ପହଞ୍ଚିବା ପରେ ତାଙ୍କୁ ଆଟା ପକ୍ଷରୁ ପୁଷ୍ପଗୁଚ୍ଛ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ଫଟୋଚିତ୍ର ଦିଆଯାଇ ସ୍ବାଗତ କରାଯାଇଥିଲା ।ଖବର ଅନୁଯାୟୀ, ସେଭ୍ ଦ ଟ୍ରି, ସେଭ୍ ଦ ଆର୍ଥ ବାର୍ତ୍ତା ନେଇ ଗତ ଏପ୍ରିଲ୍ ୫ ତାରିଖରେ ସତ୍ୟବ୍ରତ ଏହି ସାଇକେଲ ଯାତ୍ରା ଆରମ୍ଭ କରିଥିଲେ। ପ୍ରାୟ ୬ ମାସର ଏହି ଯାତ୍ରାରେ ସତ୍ୟବ୍ରତ ୧୩ ହଜାର ୫ଶହ କିଲୋମିଟର ଯାତ୍ରା କରିବା ସହ ପ୍ରଥମେ ରାମେଶ୍ବରମ୍, ଦ୍ବାରିକା, ବଦ୍ରିନାଥ ଧାମ ପରେ ଆଜି ଆସି ପୁରୀରେ ପହଞ୍ଚିଛନ୍ତି। ତେବେ ସାଇକେଲ୍ ଚଳାଇବା ଦ୍ବାରା କିଭଳି ଆମେ ଫିଟ୍ ରହିବା ଏବଂ ପ୍ରତି ସମୟରେ ଗଛ ଲଗାଇବା ତାଙ୍କର ମୂଳ ଲକ୍ଷ୍ୟ ଥିଲା ବୋଲି କହିଛନ୍ତି ସତ୍ୟବ୍ରତ ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ