ଭୁବନ ୧୦/୧୦, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବଡମୁକ୍ତାପଶି ଗାଁରେ ଅସାବଧାନତା ହେତୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ବିଭୁତି ପାତ୍ର ବୋଲି ଜଣାପଡିଛି ।
ଖବରରୁ ପ୍ରକାଶ ଯେ , ବଡ଼ମୁକ୍ତାପାଣି ଗାଁର ୨୫ବର୍ଷୀୟ ବିଭୁତି ପାତ୍ର ସକାଳ ସମୟରେ ଛାତ ଉପରେ ବୁଲୁଥିଲେ । ଏହି ସମୟରେ ହଠାତ୍ ଅସାବଧାନତା ଯୋଗୁଁ ଛାତରୁ ଗଳି ପଡିଥିଲେ । ତେବେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।