You are currently viewing ଆସନ୍ତାକାଲି ଐତିହାସିକ ଗାଁ ସୁଆଣ୍ଡୋକୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆସନ୍ତାକାଲି ଐତିହାସିକ ଗାଁ ସୁଆଣ୍ଡୋକୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • Post category:ଓଡିଶା
  • Reading time:1 mins read

ପିପିଲି(୨୨.୨.୨୩) : ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଗୋପବନ୍ଧୁଙ୍କ ଜନ୍ମପୀଠ ବିକାଶର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାତି ପାହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିବେ । ଏଭଳି ଅବସରକୁ ନେଇ ଜନ୍ମପୀଠ ସୁଆଣ୍ଡୋ ଉତ୍ସବ ମୁଖର । ଅବହେଳିତ ହୋଇ ଦୀର୍ଘ ଦିନ ପଡ଼ି ରହିଥବାବେଳେ ରାଜ୍ୟ ସରକାର ଏବେ ଏହାର ବିକାଶ କାର୍ଯ୍ୟ ହାତକୁ ନେଇ ରୁପାନ୍ତରିତ ସହିତ ଅନେକ ନୂତନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଜନ୍ମପୀଠ ଏନ୍ତୁଡ଼ି ଶାଳ ଏବେ ଜୀବନ୍ୟାସ ପାଇଛି । ଗ୍ରାମରେ ଥିବା ପୁରାତନ ମନ୍ଦିରକୁ ଭଙ୍ଗାଯାଇ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ରାଧା ବିନୋଦ ବିହାରୀ ମନ୍ଦିର ପ୍ରତିଷ୍ଠା କରାଯାଇଛି । ସତ୍ୟବାଦୀ ବାସୀଙ୍କ ପାଇଁ ଏହା ଏକ ଇତିହାସ ସୃଷ୍ଟି କରିବ ବୋଲି ବିଧାୟକ କହିଛନ୍ତି । ସେପଟେ ପଟ୍ଟନାୟକିଆ ଛକ ଠାରେ ସୁଆଣ୍ଡୋ ଗ୍ରାମର ମମତା ସ୍ୱୟଂ ସହାୟିକା ଗୋଷ୍ଠୀର ମା’ ମାନଙ୍କ ଦ୍ୱାରା ମିଶନ ଶକ୍ତି କାଫେ ମାଧ୍ୟମରେ ପର୍ଯ୍ୟଟକମାନଙ୍କ ନିମନ୍ତେ ଖାଦ୍ୟ ପେୟର ବ୍ୟବସ୍ଥା କରାଯିବ ।ଗୋପବନ୍ଧୁଙ୍କ ଜନ୍ମ ସ୍ଥାନ ନିକଟରେ ନୂ୍‌ତନ ପୁଷ୍ପରିଣୀ ନିର୍ମାଣ କରାଯାଇଛି । ଛୋଟ ଛୋଟ ପିଲାମାନଙ୍କ ପାଇଁ ଶିଶୁ ଉଦ୍ୟାନ ନିର୍ମାଣ କରାଯିବା ସହିତ ଖେଳ ଉପକରଣ ରହିଛି ଯେଉଁଥିରେ ସେମାନେ ଖେଳି ପାରିବେ । ଏହା ସହିତ ଗୋପବନ୍ଧୁଙ୍କ ୧୫ ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ବହୁବିଧ ପାର୍କ ଓ ଗୋପବନ୍ଧୁଙ୍କ ଷଠିଘର ସହିତ ସଂଗ୍ରହାଳୟ କାର୍ଯ୍ୟ ମଧ୍ୟ ସମାପନ ହୋଇଛି । ଆସନ୍ତା କାଲି ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବା ସହିତ ଏକ ବଡ଼ ଧରଣର ସାଧାରଣ ସଭାରେ ସତ୍ୟବାଦୀ ବାସୀଙ୍କୁ ସମ୍ବୋଧିତ କରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।