କଳାହାଣ୍ଡି, କଳାହାଣ୍ଡି ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟପାଟଣା ବ୍ଲକରେ ଜନସମାବେଶକୁ ସମ୍ବୋଧିତ କରିବେ । ମୁଖ୍ୟମନ୍ତ୍ରୀ ଆଜି ୫୪ଟି ପ୍ରକଳ୍ପର ଉଦ୍ଘାଟନ କରିବେ ଏବଂ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି । ୧୦୬ଟି ପ୍ରକଳ୍ପ ପାଇଁ ବରାଦ ହୋଇଛି ୨୦୮୫ କୋଟି ଟଙ୍କା । ଏହି କାର୍ଯ୍ୟକ୍ରମ ୬୫ ଜଣ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ସଭାସ୍ଥଳରେ ୨୫୦୦ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଲୋକାର୍ପଣ ହେବ। ୯୮୬.୭୧ କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ଦ୍ବାରା ୩ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇପାରିବେ । ଏହି ପ୍ରକଳ୍ପ ଦ୍ୱାରା ୨୫,୨୭୫ ହେକ୍ଟର ଜମିରେ ଜଳସେଚନ ହୋଇ ପାରିବ । କାର୍ଯ୍ୟକ୍ରମ ପାଇଁ ୨୮ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । କରୋନା କଟକଣା ମଧ୍ୟରେ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗ୍ରସ୍ତ ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ