You are currently viewing ମୁଖ୍ୟମନ୍ତ୍ରୀ ନେଲେ ଟିକାକରଣର ଫିଡବ୍ୟାକ୍

ମୁଖ୍ୟମନ୍ତ୍ରୀ ନେଲେ ଟିକାକରଣର ଫିଡବ୍ୟାକ୍

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ଟିକାକରଣର ଫିଡବ୍ୟାକ୍ ନେଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଫିଡବ୍ୟାକ ନେଇଛନ୍ତି । ବ୍ରହ୍ମପୁର ସିଟି ହସ୍ପିଟାଲର ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଏହାଛଡ଼ା ସେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ଏବଂ କ୍ୟାପିଟାଲ ହସ୍ପିଟାଲର ନର୍ସଙ୍କ ସହ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,‘ ରାଜ୍ୟରେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି। ଗତ ୧୦ ମାସ ହେଲା କୋଭିଡ୍ ଯୋଦ୍ଧାମାନେ ସଂଗ୍ରାମ ଜାରି ରଖିଛନ୍ତି। ଆପଣଙ୍କ ତ୍ୟାଗ ଓ ସେବାକୁ ଆମେ ଭୁଲି ପାରିବୁନି । ସମସ୍ତଙ୍କ ସୁସ୍ଥତା କାମନା କରୁଛି ।’ ତେବେ ଓଡ଼ିଶାରେ ମୋଟ୍ ୧୬୧ଟି କେନ୍ଦ୍ରରେ ଟିକାକରଣର ଶୁଭାରମ୍ଭ ହୋଇଛି । 

ଅନ୍ୟମାନଙ୍କୁ ଜଣାନ୍ତୁ।