ମାଟି କାନ୍ଥ ଭୁଶୁଡ଼ି ଶିଶୁ ମୃତ

ରାଇରଙ୍ଗପୁର (16.10.22): ମୟୁରଭଞ୍ଜ ଜିଲା ଗୋରୁମହିଷାଣି ଥାନା କଳସୀଭଙ୍ଗା ଗାଁରେ ଆଜି ସକାଳେ ଏକ ପୁରୁଣା ଘରର ମାଟିକାନ୍ଥ ଭୁଶୁଡ଼ି ପଡ଼ିବାରୁ ଏକ ୫ ବର୍ଷର ଝିଅର ମୃତ୍ୟୁ ଘଟିଛି। ମୃତ ନାବାଳିକାଙ୍କ ନାଁ ମୌସୁମୀ ମାଝି।ମୌସୁମୀଙ୍କ ବାପା ରସାନନ୍ଦ ମାଝୀ କହିଛନ୍ତି ଯେ ସେ (ମୌସୁମୀ) ଆଜି ସକାଳେ କଲେଇ ଧରିବା ପାଇଁ ଗାଁରେ ଥିବା ଏକ ଘର ପାଖକୁ ଯାଇଥିଲେ। ସେହି ସମୟରେ ଉକ୍ତ ଘରର ଏକ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ମୌସୁମୀ ତା’ ତଳେ ଚାପି ହୋଇଯାଇଥିଲେ।

Leave A Reply

Your email address will not be published.