ଗାତରେ ପଡି ଶିଶୁ ମୃତ

କୋରାପୁଟ(ଏଏନଏସ)୨୪/୦୬, କୋରାପୁଟ ଜିଲ୍ଲା ସଦର ଥାନା ମାଝିଗୁଡା ଅଞ୍ଚଳରେ ଘଟିଛି ଏକ ଦାରୁଣ ଘଟଣା । ରାସ୍ତା ନିର୍ମାଣ ଲାଗି ମାଟି ଖୋଳାହୋଇଥବବା ବେଳେ ଗାତରେ ପଡି ୪ଟି ନିଷ୍ପାପ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ କନ୍ୟା ଥିବାବେଳେ ଜଣେ ଶିଶୁ ପୁତ୍ର ରହିଛି । ସମସ୍ତ ମୃତକଙ୍କ ବୟସ ୫ରୁ ୭ ବର୍ଷ ବୋଲି ଜଣାପଡିଛି । ମୃତ ଶିଶୁଙ୍କ ମଧ୍ୟରେ ଶୁକ୍ରା ସାଇଁତାଙ୍କ ଦୁଇ ଝିଅ ୬ ବର୍ଷର ବିମଳା ସାଉଁତା ଓ ରାଉଲା ସାଉଁତା ସେହିପରି ରବି ହନ୍ତାଳଙ୍କ ୬ ବର୍ଷର ପୁଅ ମଧୁସୂଦନ ହନ୍ତାଳ ଓ ସୁନିଆ ଅନ୍ତରାଙ୍କ ୮ ବର୍ଷର ଝିଅ ପୂର୍ଣ୍ଣ ଅନ୍ତରା ବୋଲି ଜଣାପଡିଛି । ୪ ଜଣ ନିଷ୍ପାପ ଶିଶୁଙ୍କ ଶବକୁ ଉଦ୍ଧାର କରିବା ପରେ ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଗତକାଲି ଘଟିଥିବା ଏହି ଘଟଣାଟି ରାସ୍ତା ତିଆରି ପାଇଁ ମାଟି ଉଠାଯାଇଥିବା ବେଳେ ଗାତରେ ପାଣି ଭର୍ତ୍ତି ହୋଇଯାଇଥିଲା । ଯଦ୍ୱାରା ଏଭଳି ଦୁଃଖଦ ଘଟଣା ଘଟିଯାଇଛି ।

Leave A Reply

Your email address will not be published.

19 + 10 =