You are currently viewing ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବେ କେନ୍ଦ୍ର ସରକାର

ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବେ କେନ୍ଦ୍ର ସରକାର

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ ୧୮/୦୩, ଚିଟଫଣ୍ଡ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ସରକାର ।ସୁପ୍ରିମକୋର୍ଟରେ ଚିଟଫଣ୍ଡ ଦୁର୍ନୀତିକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଏହି ପ୍ରସ୍ତାବ କେନ୍ଦ୍ର ସରକାର ଦେଇଛନ୍ତି । ଚିଟଫଣ୍ଡ ଦୁର୍ନୀତିକୁ ନେଇ କାର୍ଯ୍ୟକର୍ତ୍ତା ପିନାକ ପାଣି ମହାନ୍ତିଙ୍କ ଦ୍ୱାର ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ବିଚାପତି ଜଷ୍ଟିସ ଏମଆର ଶାହା ଓ ଜଷ୍ଟିସ ସିଟି ରବି କୁମାରଙ୍କ ଖଣ୍ଡପୀଠରେ ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କେନ୍ଦ୍ର ସରକାରଙ୍କ ପକ୍ଷ ରଖିଛନ୍ତି । ସଲିସିଟର ଜେନେରାଲ ପକ୍ଷ ରଖି କହିଛନ୍ତି, କେନ୍ଦ୍ର ସରକାରଙ୍କ ସମବାୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟବର୍ତିକାଳୀନ ଆବେଦନ ଦାଖଲ କରାଯାଇଛି । ଯେଉଁଥିରେ ଦର୍ଶାଯାଇଛି ସେବି ଓ ସାହାରା ଆକାଉଂଟରେ ୨୩ ହଜାର ୯୩୭ କୋଟି ଟଙ୍କା ରହିଛି । ସେହି ଆକାଉଂଟରୁ ୫ ହଜାର କୋଟି ଟଙ୍କା ସେଂଟ୍ରାଲ ରେଜିଷ୍ଟାର କୋଅପରେଟିଭ ସୋସାଇଟିକୁ ଦିଆଯାଉ । ସେହି ଅର୍ଥକୁ କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀଙ୍କୁ ଫେରାଇ ଦିଆଯିବ । ଏହା ଶୁଣିବା ପରେ ଖଣ୍ଡପୀଠ କହିଥିଲେ ସାହାରା ମାମଲାରେ ଗୁରୁତର ବିବାଦ ଲାଗି ରହିଛି । ଜବାବ ଦେଇ ତୁଷାର ମେହେଟ୍ଟା କହିଥିଲେ ସେଂଟ୍ରାଲ ରେଜିଷ୍ଟାର କୋଅପରେଟିଭ ସୋସାଇଟି ପ୍ରକୃତ ଜମାକାରୀଙ୍କ ତଥ୍ୟ ଯାଂଚ କରିବେ । ଏହାପରେ ସୁପ୍ରିମକୋର୍ଟ କେନ୍ଦ୍ର ସମବାୟ ମନ୍ତ୍ରାଳୟ ପକ୍ଷରୁ ଦାଖଲ ମଧ୍ୟବର୍ତିକାଳୀନ ଆବେଦନର ନକଲ ମାଗିଥିଲେ । ସେହି ସମୟରେ ଆବଦନର ନକଲ ମିଲିନଥିବାରୁ ମାମଲାର ଶୁଣାଣିକୁ ମାର୍ଚ୍ଚ ୨୦ ତାରିଖ ଯାଏଁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।