କୋଭିଡ ୧୯ ପାଇଁ ଚାକିରି ହରାଇବା ପରେ ଶ୍ରମିକ ଭାବେ କାମ କରୁଛନ୍ତି ସିଭିଲ ଇଞ୍ଜିନିୟର

କୋଭିଡ ୧୯ ଲକଡାଉନ ସମୟରେ ଚେନ୍ନାଇର ଏକ ସଡକ ନିର୍ମାଣ କମ୍ପାନୀରେ ଚାକିରି ହରାଇଥିବା ଓଡିଶାର ଜଣେ ସିଭିଲ ଇଞିନିୟର କୋଭିଡ ୧୯ ରେ ଆର୍ଥିକ ଅବସ୍ଥାକୁ ଦୂର କରିବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ଅନନ୍ତ ବେରିଆ ଯିଏକି ଓଡିଶାରେ ସିଭିଲ ଇଞ୍ଜିନିୟରିଂ କରିଥିଲେ । ସେ ୧୫,୦୦୦ ଟଙ୍କାରେ ଚେନ୍ନାଇରେ କାମ କରୁଥିଲେ । କରୋନା ପାଇଁ ତାଙ୍କୁ ଚାକିରିରୁ ବାହାର କରାଯାଇଛି ଯାହା ଦ୍ୱାରା ତାଙ୍କ ପରିବାର ଭରଣପୋଷଣ ଉପରେ ପ୍ରଭାବ ପଡିଛି । ଘରର ବଡ ପୁଅ ହୋଇଥିବା ଯୋଗୁଁ ସେ ଶ୍ରମିକ କାର୍ଯ୍ୟ କରିବା ପାଇଁ ବାଧ୍ୟ ହୋଇଛନ୍ତି ।

Leave A Reply

Your email address will not be published.