ଏଏନଏସ୍: ବଢ଼ିଲା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଳୟ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ସାମିଲ୍ ହେବେ ଅର୍ନ୍ତଘାତୀ ନିରୋଧୀ ଦଳ । ସ୍ୱତନ୍ତ୍ର ତାଲିମ୍ ପ୍ରାପ୍ତ ଏହି ବାହିନୀ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ସୁରକ୍ଷା ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀଙ୍କୁ ଫୁଲମାଳ ଦେବାଠାରୁ ଆରମ୍ଭ କରି ସଭା, ସମିତିର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଏହି ଟିମ୍ ଯାଞ୍ଚ କରିବ । ଏହି ଟିମ୍ ରେ ୨୬ ଜଣ ସଦସ୍ୟ ଥିବା ବେଳେ ୨ଜଣ ଡେପୁଟି କମାଣ୍ଡାଣ୍ଟ, ସହାକାରୀ କମଣ୍ଡାଣ୍ଟ, ଇନ୍ସିପେକ୍ଟର, ୪ଜଣ ସବଇନ୍ସିପେକ୍ଟର, ହାବିଲଦାର ଓ ଡ୍ରାଇଭର ରହିବେ ।
ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଅର୍ଥାତ ବାସଭବନ ସୁରକ୍ଷାରେ ୭୨ଜଣ ଅଧିକ ପୋଲିସ୍ ସାମିଲ ହେବାର ସୂଚନା ରହିଛି । ଏଥିମଧ୍ୟରୁ ୧୪ଜଣ ପୋଲିସ୍ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ଏହି ସମସ୍ତ ନିଯୁକ୍ତି ପାଇଁ ୨୦୩ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । ସୂଚନାଥାଉ କି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟା ପରେ ଭିଭିଆଇପି ଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।