କଟକ: ଆସନ୍ତା କାଲି ମକର |ସାଧାରଣତଃ ଓଡିଆମାନେ ମକରରେ ମକର ଚାଉଳ ଖାଇବା ସହିତ ଗୁଡ଼ି ଉଡାଇଥାନ୍ତି |କିନ୍ତୁ ଗୁଡ଼ିରେ ଲାଗୁଥିବା ଚାଇନିଜ ମାଞ୍ଜା ସୂତା ବିକ୍ରି ଉପରେ କଟକଣା ଲଗାଇଛନ୍ତି କଟକ ମହାନଗର ନିଗମ | ତେବେ ଗୁଡ଼ିରେ ଲାଗୁଥିବା ଚାଇନିଜ ମାଞ୍ଜା ସୂତା ପାଇଁ ଅନେକ ଦୁର୍ଘଟଣା ଘଟୁଥିବାରୁ ଏହାର ବିକ୍ରି ଉପରେ କଟକଣା ଲଗାଇଛନ୍ତି କଟକ ମହାନଗର ନିଗମ(ସିଏମସି)। ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏମସି ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ କୁହାଯାଇଛି।ଏହାର ବିକ୍ରି ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଥିବା ସହ ସହରର ବିଭିନ୍ନ ଦୋକାନ ଯାଞ୍ଚ ପାଇଁ ୩ଟି ଟିମ ଗଠନ କରାଯାଇଛି।
ସୂଚନାଥାଉ କି, ପ୍ରତି ବର୍ଷ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଉଥିବା ସମୟରେ ଅଘଟଣ ଘଟିଥିବାର ଖବର ମିଳିଥାଏ। ଗୁଡ଼ି ଉଡ଼ାଇବା ସମୟରେ ଗୁଡ଼ିର ମାଞ୍ଜା ସୂତାରେ କଟି ପକ୍ଷୀ ଓ ଅନେକ ସମୟରେ ଲୋକଙ୍କ ଜୀବନହାନି ଘଟିଥାଏ। ଏହାକୁ ଦୃଷ୍ଟିରେ ରଖି ଏଭଳି ଦୁର୍ଘଟଣାକୁ ରୋକିବା ପାଇଁ ସିଏମସି ପକ୍ଷରୁ ଏହି ଗାଇଡଲାଇନ ଜାରି କରାଯାଇଛି। ବିଶେଷ କରି ଚାଇନିଜ ମାଞ୍ଜା ସୂତା ଏବଂ କାଚଗୁଣ୍ଡ ମାଞ୍ଜା ଦିଆଯାଇଥିବା ସୂତାର ବ୍ୟବହାର ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି କଟକ ମହାନଗର ନିଗମ ।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି