You are currently viewing ରାଜଧାନୀର ବିଭିନ୍ନ ବାର ଉପରେ କମିଶନରେଟ୍ ପୋଲିସର ଅତର୍କିତ ଚଢ଼ାଉ

ରାଜଧାନୀର ବିଭିନ୍ନ ବାର ଉପରେ କମିଶନରେଟ୍ ପୋଲିସର ଅତର୍କିତ ଚଢ଼ାଉ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ବର, ରାଜଧାନୀର ବିଭିନ୍ନ ବାର ଉପରେ ଅତର୍କିତ ଚଢ଼ାଉ | ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗର, ଖାରବେଳନଗର, କ୍ୟାପିଟାଲ ଥାନା ଓ ଖଣ୍ଡଗିରି ଥାନା ଅଧୀନରେ ଥିବା ବାର ଗୁଡି଼କରେ ରେଡ କରାଯାଇଛି ।ରାଜ୍ୟରେ କମିଶନରେଟ୍ ପୋଲିସ ତରଫରୁ ୨୧ଟି ବାର ଉପରେ ଚଢ଼ାଉ କରାଯାଇଛି । ଏହି ବାର ଗୁଡିକ କୋଭିଡ କଟକଣା ଓ ଅବକାରୀ ଆଇନର ଉଲଂଘନ କରୁଥିବର ପୋଲିସକୁ ସୂଚନା ମିଳିଥିଲା । ଯାହାକୁ ଆଧାର କରି ବିଭିନ୍ନ ବାର ଉପରେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ୍ ପୋଲିସ । ଚଢ଼ାଉ ପରେ ଅଜିତ, ମେଡବୁର ଓ ଦୀପାଲି ବାରକୁ ସିଲ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।