ଭୁବନେଶ୍ୱର(ଏଏନଏସ)୦୫/୦୮, ଦେଶରେ ଦରବୃଦ୍ଧି ଚରମସୀମାରେ ପହଞ୍ଚିଥିବା ବେଳେ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛିନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ଯୋଗୁ ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତତ୍ତପରିବାରର ସେମାନଙ୍କର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇଥିବା ବେଳେ ବେଡି ଉପରେ କୋରଡା ସଦୃଶ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ମଧ୍ୟ ଅହେତୁକ ହୋଇଛି । କୋଭିଡ ପାଇଁ ଦେଶର ଅର୍ଥନୀତି ନିମ୍ନଗାମୀ ହେଉଥିବା ବେଳେ ଏହାର ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ପିସିସି ମୁଖ୍ୟ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ରାଜଧାନୀଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ଶୋଭାଯାତ୍ରା ବାହାରି ରାଜ୍ୟପାଳଙ୍କ ଜରିଆରେ ଏକ ଦାବି ପତ୍ର ଦେବାକୁ ଯିବା ବେଳେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବାର ଦେଖାଦେଇଛି । ବିକ୍ଷୋଭ ବେଳେ କଂଗ୍ରେସ ଦଳର ସମସ୍ତ ବିଧାୟକ ଓ ବରିଷ୍ଠ ନେତୃ ମଣ୍ଡଳୀ ଶୋଭାଯାତ୍ରାରେ ଯାଉଥିବାର ଦେଖାଯାଇଥିଲା ।
ଜାଣନ୍ତୁ ଜନ୍ମାଷ୍ଟମୀ ବ୍ରତର ମହତ୍ତ୍ଵବିବାହ ପାଇଁ ଟ୍ରାକ୍ଟରରେ ଆସିଲା ବରଅଧିକା ପାଣି ପିଇବା ମଧ୍ଯ ହୋଇପାରେ ସମସ୍ୟାଭତ୍ତାନେଇ ଫେରୁଥିବାବେଳେ ଚାଳିଗଲା ଜୀବନଆସୁଛି ଆଉ ଏକ ଲଘୁଚାପମୁଣ୍ଡଳୀରେ ଵିପଦ ସଙ୍କେତ ଉପରେ ମହାନଦୀପରିବା ଦର ଆକାଶଛୁଆଁପରିକ୍ରମା ପକ୍ଷରୁ ବର୍ଷା କବିତା ଆସରପରିକ୍ରମା ତରଫରୁ ମେଧା ସମ୍ବର୍ଦ୍ଧନା ସମାରୋହମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା