ବଢୁଛି ସଂକ୍ରମଣ;ଆଜି ରାଜ୍ୟରୁ ୧୨, ୮୫୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର -୨୩.୦୫.୨୦୨୧, ଦୀର୍ଘ ଦିନର ଲକଡାଉନ ପରେ ବି କମୁନି ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆଜି ରାଜ୍ୟରୁ ୧୨ ହଜାର ୮୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୭,୧୯୫ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୫, ୬୫୭ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୬୯୨୩୮୨ , ସୁସ୍ଥ ସଂଖ୍ୟା ୫୭୭୯୮୩, ସମୁଦାୟ ସକ୍ରିୟ ସଂଖ୍ୟା ୧୧୧୮୬୨, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୧୦୬୦୧ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୦୯ ଆକ୍ରାନ୍ତ ଚିହ୍ନଟ ।

Leave A Reply

Your email address will not be published.