ଭୁବନେଶ୍ୱର-07.05.2021, ରାଜ୍ୟରେ ଏବେ କରୋନା ମହାମାରୀର ଆତଙ୍କ ବ୍ୟାପିଛି । କରୋନାର ଦ୍ୱିତୀୟ ଲହର ଅଧିକ ତୀବ୍ର ଗତିରେ ସଂକ୍ରମଣ ବଢିଚାଲିଛି। ଏଭଳି ସ୍ଥିତିରେ ରାଜ୍ୟରେ ଲକଡାଉନ ଓ ସଟଡାଉନ ଭଳି ବିଭିନ୍ନ ପଦକ୍ଷେପ ନିଆଯାଉଛି । ସଂକ୍ରମଣ ଚେନ ରୋକିବାକୁ ରାଜ୍ୟରେ ମେ’5 ତାରିଖରୁ ଲକଡାଉନ ଲାଗୁ ହୋଇଛି । ଏଭଳି ପରିସ୍ଥିତିରେ ଭୟଭୀତ ନହୋଇ ନିଜର ଧୈର୍ଯ୍ୟ ଏବଂ ସହ ସାହସ ବଜାୟ ରଖିବା ଉଚିତ୍ ବୋଲି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି । ସେ କହିଛନ୍ତି ରାଜ୍ୟରେ ବର୍ତ୍ତମାନ ଲାଗୁ ହୋଇଥିବା ଲକ୍ଡାଉନ୍ ନିଶ୍ଚିତ କାମ ଦେବ । ଏହା ସହିତ ଆସନ୍ତା ୫-୭ ଦିନ ମଧ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବ ବୋଲି ମଧ୍ୟ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ଆସନ୍ତା ୩-୪ ଦିନ ମଧ୍ୟରେ ଏଭଳି ସ୍ଥିତି ରହିବ ଏବଂ ଆସନ୍ତା ୫–୭ ଦିନ ମଧ୍ୟରେ କରୋନାର କର୍ଭ ଫ୍ଲାଟ ହୋଇ ସଂକ୍ରମଣ କମିବା ଆରମ୍ଭ ହେବ । ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST