You are currently viewing ରାଜ୍ୟରେ ତଳମୁହାଁ କରୋନା

ରାଜ୍ୟରେ ତଳମୁହାଁ କରୋନା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୫/୦୭, କିଛିଦିନର ବ୍ୟବଧାନରେ ରାଜ୍ୟରେ ତଳମୁହାଁ ହୋଇଛି କରୋନା ଗ୍ରାଫ । ୫ ଦିନ ପରେ ହଜାରେ ତଳକୁ ଖସିଛି ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୭୩୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୧୦୧୧ । କ୍ୱାରେଣ୍ଟାଇନରୁ ୪୩୨ ଓ ଲୋକାଲ କଣ୍ଟାକ୍ଟ କେସ ୩୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷ ଭିତରେ ୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ । ୧୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୧୧୪, ସମ୍ବଲପୁରରୁ ୧୧୩ ଓ ମୟୁରଭଞ୍ଜରୁ ୮୪ କେସ ରହିଛି । ରାଜ୍ୟରେ କୋଭିଡ ଆକ୍ଟିଭ କେସ ୭ ହଜାର ୪୦୦କୁ ବୃଦ୍ଧି ପାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।