ପୁରୀ-୨୩.୦୪.୨୦୨୧(ଅନନ୍ତ ସିଂ), ଜିଲ୍ଲାରେ କୋଭିଡ-୧୯ ପରିଚାଳନା ଏବଂ ମୁକାବିଲା ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଜିଲ୍ଲାରେ କୋଭିଡ ମହାମାରୀର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଥିଲେ । ଜିଲ୍ଲାରେ ବର୍ତ୍ତମାନ ୧.୭୬ ଲକ୍ଷ ଲୋକ ଟିକାକରଣରେ ସାମିଲ ହୋଇସାରିଛନ୍ତି । ଜିଲ୍ଲାରେ ୫ଟି ତଥା ପୁରୀରେ ୨ଟି, ନିମାପଡା, କୋଣାର୍କ, ବ୍ରହ୍ମଗିରି ପ୍ରତ୍ୟେକରେ ଗୋଟିଏ ଲେଖାଏଁ କୋଭିଡ କେୟାର ସେଣ୍ଟରେ ପ୍ରାୟ ପାଞ୍ଚ ଶହ ଶଯ୍ୟା ପ୍ରସ୍ତୁତ ରହିଛି । ପ୍ରବାସୀ ଶ୍ରମିକ ଓ କୁମ୍ଭମେଳା ଫେରନ୍ତାଙ୍କ ପ୍ରତି ପ୍ରଶାସନ ନଜର ରଖିଛି । ପ୍ରତ୍ୟେକ ବ୍ଲକର PHC ଓ CHCରେ ୨ଟି ଲେଖାଏଁ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ସଂକ୍ରମଣକୁ ଯଥାସମ୍ଭବ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ସଂପୂର୍ଣ୍ଣ ଭାବେ ସଜାଗ ଥିବା ଜିଲ୍ଲାପାଳ କହିଛନ୍ତି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା କୋଭିଡ ପରିଚାଳନା ସହ ସଂପୃକ୍ତ ଥିବା ଜିଲ୍ଲାର ସ୍ବାସ୍ଥ୍ୟ, ପଞ୍ଚାୟତରାଜ, ଶ୍ରମ, ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ସହ ସମନ୍ବୟ ରଖିବା ପାଇଁ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । କୋଭିଡ ପରୀକ୍ଷା ଓ ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ କରିବା, ସଙ୍ଗରୋଧ ବ୍ୟବସ୍ଥା ଏବଂ ଆବଶ୍ୟକୀୟ ଚିକିତ୍ସା ପାଇଁ ଜିଲ୍ଲାରେ ଥିବା କୋଭିଡ କେୟାର ସେଣ୍ଟର କିମ୍ବା ଭୁବନେଶ୍ବରସ୍ଥିତ କୋଭିଡ ରେଫରାଲ ହସପିଟାଲ ସହ ସମନ୍ବୟ ରକ୍ଷା କରିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ବ ଦେଇଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଖେଇ ଆସୁଥିବାରୁ ଏବଂ ପୁରୀ ଏକ ଧାର୍ମିକ ଓ ଐତିହ୍ୟ ସଂପର୍ଣ୍ଣ ଆନ୍ତର୍ଜାତିକ ସହର ହୋଇଥିବାରୁ ଜିଲ୍ଲାର ପ୍ରବେଶ ପଥ ପିପିଲି, ଚାରିଛକ, ଅସ୍ତରଙ୍ଗ, ପ୍ରୟାଗି, ପୁରୀ ରେଳ ଷ୍ଟେସନ ଓ ବସଷ୍ଟାଣ୍ତ ଉପରେ ସତର୍କ ନଜର ସହ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ବ ଦେଇଛନ୍ତି । କୃଷ୍ଣପ୍ରସାଦ ବ୍ଲକର ଚିଲିକା ମଧ୍ୟରେ ଥିବା ୧୪ଟି ପଞ୍ଚାୟତରେ କୋଭିଡ ନିୟନ୍ତ୍ରଣ ଓ ପରିଚାଳନା ନିମନ୍ତେ ସ୍ବତନ୍ତ୍ର ଭାବେ ଏକ କୋଭିଡ କେୟାର ସେଣ୍ଟର ଆରମ୍ଭ କରିବା ସହ କୃଷ୍ଣପ୍ରସାଦର ଚିଲିକା ନୂଆପଡା CHCକୁ ଏକ ସମର୍ପିତ ଆମ୍ବୁଲାନ୍ସ ଯୋଗାଇ ଦେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଛନ୍ତି । ଗତବର୍ଷ କୋଭିଡ ପରିଚାଳନା ନିମନ୍ତେ ପଞ୍ଚାୟତ ସ୍ତରରେ ପ୍ରତିଷ୍ଠିତ ହୋଇଥିବା TMC ସେଣ୍ଟର ଗୁଡିକ ବର୍ତ୍ତମାନର ଯେ କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ରଖିବା ପାଇଁ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ, ପିଡି ଡିଆରଡିଏ ଶ୍ରୀ ନିତିରଞ୍ଜନ ସେନ, ସିଡିଏମଓ ଡଃ ସୁଜାତା ମିଶ୍ର ଉପସ୍ଥିତ ଥିଲେ ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST