You are currently viewing କଟକରେ ୧୮ରୁ ୪୪ ବର୍ଷ ବୟସର ସରକାରୀ କର୍ମଚାରୀଙ୍କୁ ଦିଆଯିବ ଟିକା

କଟକରେ ୧୮ରୁ ୪୪ ବର୍ଷ ବୟସର ସରକାରୀ କର୍ମଚାରୀଙ୍କୁ ଦିଆଯିବ ଟିକା

କଟକ-୧୭.୦୫.୨୦୨୧, ଦେଶରେ କରୋନା ସଂକ୍ରମଣ କ୍ରମେ ହ୍ରାସ ପାଉଥିବାବେଳେ ଓଡିଶା ସମେତ କିଛି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ କରୋନା ସଂକ୍ରମଣ ଚେନ ବ୍ରେକ କରିବାପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । କରୋନା ମୁକାବିଲା ପାଇଁ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛି। କଟକ ସହରରେ ଟିକାକରଣ ବୃଦ୍ଧି କରିବା ପାଇଁ ଏକ ବଡ ଘୋଷଣା ହୋଇଛି । କଟକ ସହରରେ ୧୮ରୁ ୪୪ ବର୍ଷ ବୟସର ସରକାରୀ କର୍ମଚାରୀଙ୍କୁ ଦିଆଯିବ ଟିକା । ଆସନ୍ତା ସପ୍ତାହରୁ ସରକାରୀ କର୍ମଚାରୀଙ୍କ ନିଜ ଅଫିସରେ ଦିଆଯିବ କୋଭିଡ ଟିକା । ଏନେଇ ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ, ଆଜି ରାଜ୍ୟରୁ ୧୦ ହଜାର ୭୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।କଟକ ଜିଲ୍ଲାରୁ ସର୍ବାଧିକ ୯୭୩ ଆକ୍ରାନ୍ତ ଚିହ୍ନଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।