You are currently viewing ଆସନ୍ତା ୭ ତାରିଖରେ ମିଳିବ ବାତ୍ୟାର ସ୍ପଷ୍ଟ ଚିତ୍ର

ଆସନ୍ତା ୭ ତାରିଖରେ ମିଳିବ ବାତ୍ୟାର ସ୍ପଷ୍ଟ ଚିତ୍ର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୩/୦୫, ଆଗାମୀ୧୦ ତାରିଖରେ ବାତ୍ୟା ଓଡିଶା ଉପକୂଳ ଛୁଇଁବାର ସମ୍ଭାବନା ଅଛି । ବିଭିନ୍ନ ମଡେଲ ପକ୍ଷରୁ ଏହାର ଆକଳନ କରାଯାଇଥିଲେ ମଧ୍ୟ ଓଗଊ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ ଆସନ୍ତା ୭ ତାରିଖରେ ବାତ୍ୟାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ । ଆଇଏମଡି ସୂଚନା ଅନୁସାରେ ଆସନ୍ତା ୪ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ଫଳରେ ୬ ତାରିଖ ବେଳକୁ ସେ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବ । ତେବେ ଙ୍ଗୋପସାଗରରେ ଘନୀଭୂତ ହୋଇ କେଉଁଆଡେ ମୁହାଁଇବ ତାହା ସ୍ପଷ୍ଟ ହୋଇପାରୁ ନାହିଁ । ଆସନ୍ତା ୭ ତାରିଖ ବେଳକୁ ଏହା ଆହୁରି ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି ଲଘୁଚାପ ବାତ୍ୟା ହେଉ କି ନ ହେଉ କିନ୍ତୁ ଓଡିଶା ଉପରେ ଏହାର ପ୍ରଭାବ ପଡିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।