You are currently viewing ବାଙ୍କୀ – କଟକ ଯୋଗାଯୋଗ ବିଚ୍ଛିନ୍ନ

ବାଙ୍କୀ – କଟକ ଯୋଗାଯୋଗ ବିଚ୍ଛିନ୍ନ

  • Post category:ଓଡିଶା
  • Reading time:1 mins read

ବାଙ୍କୀ (ଏ ଏନ୍ ଏସ)୧୬/୦୮, ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ । ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଗମ୍ଭାର ରହିଛି । ମହାନଦୀ ଓ ଶାଖା ନଦୀରେ ବଢିବାରେ ଲାଗିଛି ଜଳସ୍ତର । ଏଭଳି ସ୍ଥିତିରେ ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । କିଛି ସ୍ଥାନରେ ଘରେ ଘରେ ପଶିଛି ବନ୍ୟାଜଳ ।

ତେବେ କଟକ ମୁଖ୍ୟ ରାସ୍ତା ପାଥପୁର ଚାରିଘରିଆ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ବାଙ୍କୀ-କଟକ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ରାସ୍ତା ଉପରେ ତିନି ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ବିପଦପୂର୍ଣ୍ଣ ଭାବେ ଗାଡିମୋଟର ଯାତାୟତ କରୁଅଛି । ଲୋକେ ଯାଆସ କରିବାକୁ ବିପଦ ମନେକରୁଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।