ଭୁବନେଶ୍ବର-୨୧.୦୫.୨୦୨୧, ରାଜ୍ୟରେ କରୋନା ସଂକ୍ରମଣ କାୟା ବିସ୍ତାର କରିଛି । ଏନେଇ ଲକଡାଉନ ଓ ସଟଡାଉନ ଲାଗୁ ହୋଇଛି। ଏହିକାରଣରୁ ଇଣ୍ଟରନେଟରେ ଲୋକ ଅଧିକ ସକ୍ରିୟ ରହୁଛନ୍ତି। ଏହାର ଫାଇଦା ଉଠାଉଛନ୍ତି ସାଇବର ଠକମାନେ । ରାଜ୍ୟର ବରିଷ୍ଠ ଲୋକମନଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ଲୁଟୁଛନ୍ତି । ରବି ନାରାୟଣ ମିଶ୍ର ନାମକ ଜଣେ ବୃଦ୍ଧା ଏକ ସାଇବର ଠକେଇର ଶିକାର ହୋଇଥିଲେ । ସାଇବର ଠକମାନେ ସିମ ବ୍ଳକ ହୋଇଯିବା ବାହାନା କରି ଆପ୍ ଡାଉନଲୋଡ୍ କରିବାକୁ କହିଥିଲେ ଏବଂ ପରେ ଆକାଉଣ୍ଟରୁ ପ୍ରାୟ ୫ ଲକ୍ଷ ଟଙ୍କା ଲୁଟିନେଇଥିଲେ । ଏହାପରେ କମିଶନରେଟ ପୋଲିସ ଘଟଣାର ତଦନ୍ତ କରି ଏକ ବଡ ସଫଳତା ହାସଲ କରିଛି । କମିଶନରେଟ ପୋଲିସ ଓ ସାଇବର ସେଲର ମିଳିତ ଉଦ୍ୟମରେ ବୃଦ୍ଧା ଜଣକ ଲକ୍ଷ ଟଙ୍କାରୁ ୪ ଲକ୍ଷ ୯୨ ହଜାର ଟଙ୍କା ଫେରି ପାଇଛନ୍ତି ।
ତେବେ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ସାଇବର ଠକେଇ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଲୋକମାନଙ୍କୁ ସତର୍କ ରହିବା ପାଇଁ ପୋଲିସ ଡିଜି ପରାମର୍ଶ ଦେଇଛନ୍ତି । କୌଣସି କୁପନ ବା ଲଟେରି ଉପରେ ବିଶ୍ବାସ ନ କରିବା ପାଇଁ କହିଛନ୍ତି। ଏହା ସହ ଏଭଳି ଫେକ୍ କଲ୍ କିମ୍ବାର ଅଜଣା ଲିଙ୍କ ଉପରେ କ୍ଳିକ ନକରିବାକୁ ମଧ୍ୟ ସତର୍କ କରାଯାଉଛି ।