You are currently viewing ଅକ୍ଟୋବରରେ ବାତ୍ୟା

ଅକ୍ଟୋବରରେ ବାତ୍ୟା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏ ଏନ୍ ଏସ)୧୧/୧୦, ଆନ୍ତର୍ଜାତିକ ପାଣିପାଗ ସଂସ୍ଥା ଟ୍ରପିକାଲ୍‌ ଟିଡ୍‌ବିଟ୍ସର ପୂର୍ବାନୁମାନ ଚିତ୍ରରେ ଆକଳନ କରାଯାଉଛି ଯେ, ଅକ୍ଟୋବର ତୃତୀୟ ସପ୍ତାହବେଳକୁ ବାତ୍ୟା ଆଶଙ୍କା କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଛି । ଅତି ଭୀଷଣ ରୂପ ନେବ । ୨୧ ରୁ ୨୨ ତାରିଖ ମଧ୍ୟରେ ପାରାଦୀପରୁ ବାଲେଶ୍ୱର ଭିତରେ ମାଡ଼ ହେଇପାରେ।

ଏହି ବିଦେଶୀ ପାଣିପାଗ ପୂର୍ବାନୁମାନ ଚିତ୍ର ଦେଖିଲେ ଜଣାପଡ଼ୁଛି, ଆସନ୍ତା ୧୬ ତାରିଖବେଳକୁ ଆଣ୍ଡାମାନ ଉପକୂଳର ପଶ୍ଚିମରେ ଲଘୁଚାପ ସୃଷ୍ଟି ହେବ । ସମୁଦ୍ର ପତ୍ତନ ତାପମାତ୍ରା ୨୯ରୁ ୩୦ ଡିଗ୍ରୀ ସେଲ୍‌ସିୟସ ଥିବ । ଲଘୁଚାପ ଘନୀଭୂତ ହେବା ପାଇଁ ଏହା ଅନୁକୂଳ । ସ୍ଥଳଭାଗରେ ମାଡ଼ ହେବା ପୂର୍ବରୁ ପ୍ରାୟ ୫ ଦିନ ଏହି ସମୁଦ୍ର ଭିତରେ ରହିବ ବଳ ଗୋଟାଇବ ।

ସମ୍ଭାବ୍ୟ ଚିତ୍ରରେ ବାୟୁ ଚାପ ଯେଉଁଭଳି ହ୍ରାସ ପାଉଛି, ତାହା ଭୟଙ୍କର ରୂପ ନେବା ଆଶଙ୍କାକୁ ବଢ଼ାଉଛି । ସମ୍ଭାବ୍ୟ ଚିତ୍ରରୁ ଜଣାପଡ଼ୁଛି, ୧୮ ତାରିଖ ରାତିରେ ଏହା ବାତ୍ୟା ରୂପ ନେଇପାରେ । ସେତେବେଳେ ବାୟୁର ଚାପ (ଏୟାର ପ୍ରେସର) ୯୭୭ ଥାଇପାରେ । ୧୯ ତାରିଖବେଳକୁ ଆହୁରି ଘନୀଭୂତ ହେବ । କ୍ରମଶଃ ମୁହାଁଇବ ଓଡ଼ିଶା ଉପକୂଳ ଆଡ଼କୁ । ୧୯ରେ ବାୟୁର ଚାପ କମି ୯୪୭ ହୋଇଯିବ । ୨୦ ତାରିଖକୁ ବାୟୁର ଚାପ ୯୨୬ ଥିବ, ସେତେବେଳେ ଏହା ଓଡ଼ିଶା ଉପକୂଳ ପାଖାପାଖି ଥିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।