ଓଲଟିଲା ଡାଏନା ବସ୍‌, ଯାତ୍ରୀ ଆହତ

ବାଲେଶ୍ୱର, ପଶ୍ଚିମବଙ୍ଗରୁ ଅନୁଗୁଳକୁ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉକ୍ତ ବସ୍‌ରେ ୫୦ଜଣ ଯାତ୍ରୀ ଥିବା ଜଣାପଡ଼ିଛି । ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନଥିବାବେଳେ, କିଛି ଜଣ ଆହତ ହୋଇଥିବା ଜଣାପଡ଼ିଛି । ବସ୍‌ ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ।

Leave A Reply

Your email address will not be published.