You are currently viewing ଓଡିଶା ସୀମାରେ ପହଞ୍ଚିଲା ଡାକୋଟା ବିମାନ

ଓଡିଶା ସୀମାରେ ପହଞ୍ଚିଲା ଡାକୋଟା ବିମାନ

  • Post category:ଓଡିଶା
  • Reading time:1 mins read

ଜଲେଶ୍ୱର(୧୮.୦୧.୨୩) : ଓଡିଶା ସୀମାରେ ପ୍ରବେଶ କରିଛି ବିଜୁ ବାବୁଙ୍କର ଅତି ପ୍ରିୟ ଡାକୋଟା ବିମାନ । କୋଲକାତାରୁ ୩ଟି ଟ୍ରେଲରେ ବୋଝେଇ ହୋଇ ବାହାରିଥିବା ଡାକୋଟା ବିମାନ । ଆଜି ଭୋରରୁ ଜଲେଶ୍ୱର ଲକ୍ଷବଚ୍ଚ ନଥ ଟୋଲ ଗେଟ ନିକଟରେ ପହଞ୍ଚିଛି । ଗତକାଲି ରାତି ପ୍ରାୟ ୧୦ଟା ବେଳେ କୋଲକାତାସ୍ଥିତ ସୁଭାସ ବୋଷ ଆନ୍ତର୍ଜାତିକ ବିମାନବନ୍ଦରୁ ଓଡ଼ିଶା ଅଭିମୁଖେ ବାହାରିଥିବା ଡାକୋଟା ବିମାନ ଆଜି ଭୋରରୁ ଓଡ଼ିଶାରେ ପ୍ରବେଶ କରିଛି । ଜାତୀୟ ରାଜପଥ ଦେଇ ୩ଟି ଟ୍ରେଲରରେ ବିମାନର ସମସ୍ତ ଅଂଶ ବୋଝେଇ ହୋଇ ଭୁବନେଶ୍ୱର ଆସୁଛି । ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ତଥା ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନ। ଡାକୋଟା ବିମାନକୁ ପଶ୍ଚିମବଙ୍ଗରୁ ଓଡ଼ିଶା ଫେରାଇ ଆଣିବାକୁ ଦୀର୍ଘ ବର୍ଷ ହେଲା  ପ୍ରୟାସ ଚାଲିଥିଲା। ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ ଭୁବନେଶ୍ୱର ଆସିବା ପରେ ଏହାକୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ରଖାଯିବ ବୋଲି ଜଣାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।