You are currently viewing ଲୋକାର୍ପଣ ଅପେକ୍ଷାରେ ଡାକୋଟା

ଲୋକାର୍ପଣ ଅପେକ୍ଷାରେ ଡାକୋଟା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୪/୦୩, ଆସନ୍ତାକାଲି ପ୍ରବାଦ୍ଦ ପୁରୁଷ ବିଜୁପଟ୍ଟନାୟକଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ତଥା ପଞ୍ଚାୟତିରାଜ ଦିବସ ପାଳନ କରାଯିବ । ରାଜ୍ୟ ସରକାରଙ୍କ ତରଫରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହି ଦିବସଟିକୁ ରାଜ୍ୟ ସରକାର ପଞ୍ଚାୟତି ରାଜ ଦିବସ ଭାବେ ପାଳନ କରୁଛନ୍ତି । ପଞ୍ଚାୟତ ସ୍ତରଠାରୁ ରାଜ୍ୟ ପର୍ଯ୍ୟନ୍ତ ସବୁ ସ୍ଥାନରେ ପଞ୍ଚାୟତରାଜ ଦିବସ ପାଳନ କରାଯିବ ।

ଅତୀତରେ କଳିଙ୍ଗ ଏୟାରେଲାଇନ୍ସର ମାଲିକାନାରେ ଥିବା ଡାକୋଟା ବିମାନକୁ ଭୁବନେଶ୍ୱରର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ସମ୍ମୁଖରେ ସ୍ଥାପନା କରାଯାଇଛି । ଦୀର୍ଘବର୍ଷ ଧରି କୋଲକତା ବିମାନ ବନ୍ଦରରେ ପଡି ରଡିଥିବା ଏହି ଡାକୋଟା ବିମାନକୁ ଭୁବନେଶ୍ୱର ଆଣିବା ପାଇଁ ରାଜ୍ୟ ସରାକାର ସକ୍ଷମ ହୋଇଛନ୍ତି । ।ଏଠାରେ ସୂଚନା ଯୋଗ୍ୟଯେ ପ୍ରବାଦ ପୁରୁଷ ବିଜୁବାବୁ ଏହି ବିମାନକୁ ଚଲାଉଥିଲେ । ଏହାର ସ୍ମୁତି ରକ୍ଷା କରିବା ପାଇଁ ଡାକୋଟା ବିମାନକୁ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଯାହାକି ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲା ରହିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।