You are currently viewing ଐତିହ୍ୟ  ଘୋଡ଼ା ଉପରେ ନାଚିଲେ

ଐତିହ୍ୟ ଘୋଡ଼ା ଉପରେ ନାଚିଲେ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ବର(ଏଏନଏସ)୨୦/୦୪, ଗତକାଲି ଦାବି ପୂରଣ ପାଇଁ ପୂରା ରାଜଧାନୀକୁ କବ୍‌ଜା କରିନେଲେ ଓଡ଼ିଶା ଡ୍ରାଇଭର ମହାସଂଘର ଲକ୍ଷାଧିକ ଆନ୍ଦୋଳନକାରୀ। ହିଂସାକାଣ୍ଡ ଘଟାଇଲେ, ମାଡ଼ ମାରିଲେ। ଏମିତିକି ରାଜଧାନୀର ପରିଚୟ କୁହାଯାଉଥିବା ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା ଐତିହ୍ୟ ଘୋଡ଼ା ଉପରକୁ ଚଢ଼ି ତାଉପରେ ନାଚ କୁଦ କଲେ । ଏହା ରାଜଧାନୀବାସୀଙ୍କ ମନରେ ଗଭୀର ଆଘାତ ଦେଇଛି। ଐତିହ୍ୟକୁ ଅସମ୍ମାନ କରିବା ଏକ ଲଜ୍ଜାଜନକ ଘଟଣା ବୋଲି ମତପ୍ରକାଶ ପାଇଛି । ନିଜର ହକ୍ ପାଇଁ ଆନ୍ଦୋଳନ କରିବା ସମସ୍ତଙ୍କର ଗାଣତାନ୍ତ୍ରିକ ଅଧିକାର। । ମନ୍ଦିରମାଳିନୀ ସହର ଭୁବନେଶ୍ବରର ଐତିହ୍ୟ ଓ ସ୍ଥାପତ୍ୟକୁ କୁଠାରାଘାତ କରିବା ସହିତ ଅସମ୍ମାନ କରିବା ନିନ୍ଦନୀୟ ବୋଲି କହିଛନ୍ତି ଉତ୍କଳ ସମ୍ମିଳନୀର ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା।

ଅନ୍ୟମାନଙ୍କୁ ଜଣାନ୍ତୁ।