You are currently viewing ମୁଣ୍ଡଳୀରେ ଵିପଦ ସଙ୍କେତ ଉପରେ ମହାନଦୀ

ମୁଣ୍ଡଳୀରେ ଵିପଦ ସଙ୍କେତ ଉପରେ ମହାନଦୀ

  • Post category:ଓଡିଶା
  • Reading time:1 mins read

କଟକ (ଏ ଏନ୍ ଏସ)୧୭/୦୮, ମୁଣ୍ଡଳୀରେ କମୁଛି ଜଳସ୍ତର । ବର୍ତ୍ତମାନ ମୁଣ୍ଡଳୀରେ ସେକେଣ୍ଡ ପ୍ରତି ୧୧ଲକ୍ଷ ୬୦ହଜାର ଘନଫୁଟ ଜଳ ପ୍ରଵାହିତ ହେଉଛି । ଘଣ୍ଟାକୁ କମୁଛି ୧୦ରୁ ୧୫ହଜାର ଘନଫୁଟ ଜଳ କମୁଛି । ତଥାପି ମୁଣ୍ଡଳୀରେ ଵିପଦ ସଙ୍କେତ ଉପରେ ମହାନଦୀ ।

ସୂଚନାଯୋଗ୍ୟ ଯେ, ହୀରକୁଦରେ ୬୨୬ ଫୁଟ ଟପିଲା ଜଳସ୍ତର । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ୬୨୬.୫୬ ଫୁଟ ରହିଛି । ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୫ ଲକ୍ଷ ୯୭ ହଜାର ୯୨ କ୍ୟୁସେକ୍ ପାଣି ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୬ ଲକ୍ଷ ୭୯ ହଜାର ୬୮୩ କ୍ୟୁସେକ୍ । ଏବେ ୪୦ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।