ପୁରୀ(ଏଏନଏସ୍): ପୁରୀରେ ମୁମ୍ବାଇ- ପୁରୀ ଲୋକମାନ୍ୟ ତିଲକ ଏକ୍ସପ୍ରେସରୁ ରକ୍ତାକ୍ତ ମୃତଦେହ ଉଦ୍ଧାର। ଆଜି ସକାଳ ୧୧ଟାରେ ଷ୍ଟେସନରେ ପହଞ୍ଚି ସମସ୍ତ ଯାତ୍ରୀ ଓହ୍ଲାଇବା ପରେ ଆରପିଏଫ କର୍ମଚାରୀ ଟ୍ରେନକୁ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ବଗିରେ ଏକ କ୍ଷତାକ୍ତ ଶରୀର ଦେଖିବା ପରେ ଆରପିଏଫ କର୍ମଚାରୀ ରେଳବାଇ ଡାକ୍ତରଙ୍କୁ ଖବର ଦେଇଥିଲେ।
ଡାକ୍ତର ଦେଖିବା ପରେ ଉକ୍ତ ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପାଖରୁ ତାଙ୍କ ଆଧାର କାର୍ଡ ମିଳିଛି। ମୃତକ ଜଣକ ବିହାର ରୋହତାସ୍ ଅଞ୍ଚଳର ଗଣେଶ ସିଂହ ବୋଲି ଜଣାପଡ଼ିଛି। ତେବେ ଟ୍ରେନ ମଧ୍ୟକୁ ମୃତଦେହ କିପରି ଆସିଲା ନା କିଏ ଟ୍ରେନ୍ ଭିତରେ ହତ୍ୟା କରିଛି ତାହା କାରଣ ସ୍ପଷ୍ଟ ଜଣାପଡ଼ିନାହିଁ ।