ରାସ୍ତା କଡରେ ମୃତଦେହ

  • Post category:ଓଡିଶା
  • Reading time:1 mins read

ମୟୂରଭଞ୍ଜ (ଏଏନଏସ)୧୬/୦୫, କରଞ୍ଜିଆ- ଯଶୀପୁର ଶିମିଳିପାଳ ରୋଡ଼ ସୁଆଁପାଳ ଗାଁ ନିକଟରେ ପଡିଛି ମୃତଦେହ । ମୃତକ ଜଣକ ହେଉଛନ୍ତି ରରୁଆଁର ଜିତୁ ନାଏକ ।ରାସ୍ତା କଡରେ ପଡିଛି ଯୁବକଙ୍କ ମୃତଦେହ । ଗତ ୧୨ ତାରିଖରେ ସୁଆଁପାଳକୁ ଏକ ବାହାଘରକୁ ଆସି ଆଉ ଘରକୁ ଫେରି ନଥିଲେ । ଏନେଇ ଏକ ନିଖୋଜ ମାମଲା ଯଶୀପୁର ଥାନାରେ ରୁଜ୍ଜୁ ହୋଇଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଯଶୀପୁର ପୋଲିସ ତଦନ୍ତ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।