You are currently viewing ଭୁତଙ୍କ ନାଁରେ ଭତ୍ତା !

ଭୁତଙ୍କ ନାଁରେ ଭତ୍ତା !

  • Post category:ଓଡିଶା
  • Reading time:1 mins read

ପୁରୁଷୋତ୍ତମପୁର: ଭୂତ ପାଉଛନ୍ତି ଭତ୍ତା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅଧୀନ ବଡବରଗାଁ ପଞ୍ଚାୟତରେ । ସରକାର ବିଧବା, ଭିନ୍ନକ୍ଷମ ଓ ବାର୍ଦ୍ଧକ୍ୟ ଲୋକଙ୍କୁ ସାହାର୍ଯ୍ୟ ଯୋଗାଇଦେବା ପାଇଁ ଭତ୍ତା କରିଛନ୍ତି । ଲୋକମାନେ ଭତ୍ତା ପାଉଛନ୍ତି ସତ କିନ୍ତୁ ଭୂତ ଭତ୍ତା ପାଉଥିବାର ଆପଣ କେବେ ଜାଣିଛନ୍ତି କି? ଅର୍ଥାତ ଯେଉଁ ଲୋକମାନେ ଏ ଦୁନିଆରେ ନାହାନ୍ତି କି ସେମାନଙ୍କ ଚିହ୍ନବର୍ଣ୍ଣ ନାହିଁ ସେମାନେ ପାଉଛନ୍ତି ଭତ୍ତା ।ଏହି ତଥ୍ୟ ହସ୍ତଗତ ହେବା ପରେ ଗ୍ରାମବାସୀ ମୃତ ହିତାଧିକାରୀଙ୍କ ବିଭିନ୍ନ ଦସ୍ତାବିଜ୍ ସହ ବିଡିଓ ବିଜୟ କୁମାର ବେହେରାଙ୍କୁ ଫେରାଦ୍ ହୋଇଛନ୍ତି। ମୃତ ହିତାଧିକାରୀଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ଭତ୍ତା ଆତ୍ମସାତ୍ କରାଯାଉଛି। ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।