You are currently viewing ଖେଳୁ ଖେଳୁ ଚାଲିଗଲା ଜୀବନ

ଖେଳୁ ଖେଳୁ ଚାଲିଗଲା ଜୀବନ

  • Post category:ଓଡିଶା
  • Reading time:1 mins read

କେନ୍ଦ୍ରାପଡା(ଏଏନଏସ)୦୯/୦୬, ଖେଳୁଖେଳୁ ଚାଲିଗଲା ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ସଦର ଥାନା ମଗୁରଗଣ୍ଡ ପାଟଣା ଗାଁରେ ବାଲି ଅତଡା ଧସିବା ଫଳରେ ଦୁଇ ନାବାଳକଙ୍କର ମୃତ୍ୟୁ ହୋଇଛି ମୃତ ଦୁଇ ଶିଶୁ ହେଲେ ସୁରେନ୍ଦ୍ର ଜଜ୍ ଓ ସୁରେନ୍ଦ୍ର ମଞ୍ଚ । ଜଣେ ୭ ବର୍ଷର ହୋଇଥିବା ବେଳେ ଅନ୍ୟଜଣେ ୧୨ ବର୍ଷର ହେବ । ସୂଚନାରୁ ପ୍ରକାଶ ଯେ ଗାଁର ତିନିଜଣ ଶିଶୁ ଘର ନିକଟରେ ଥିବା ପୋଖରୀର ବାଲିଗଦାରେ ଗାତ ଖୋଳି ଖେଳୁଥିଲେ । ହଠାତ ବାଲି ଅତଡା ଧସିବାରୁ ବାଲିତଳେ ରହିଯାଇଥିଲେ ଦୁଇ ଶିଶୁ । ପରିବାର ଲୋକେ ଜାଣିଲା ବେଳକୁ ଦୁଇ ଶିଶୁ ଙ୍କର ମୃତ୍ୟୁ ହୋଇସାରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।