ବରଗଡ, ବରଗଡ ଜିଲ୍ଲାରେ ଦେଖିବାକୁ ମିଳିଛି ବିଚିତ୍ର ସ୍ଥିତି । ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ପ୍ରାପ୍ତ ସୂଚନା ମୁତାବକ ଫେଲ ମାରିଛି ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପକ୍କା ଘର ଯୋଜନା । ପ୍ରକୃତ ହିତାଧିକାରୀ ଯୋଜନାରୁ ବଂଚିତ ହୋଇଛନ୍ତି ।ଏହା ହେଉଛି ବରଗଡ଼ ସଦର ଅନ୍ତର୍ଗତ ଖଳିଆପଲି ପଂଚାୟତର କେନାଲ ପଡା ଓ ସିଦ୍ଧେଶ୍ୱର ନଗରର କଥା । ଏହି ଗାଁରେ ପ୍ରାୟ ୪୮୦ ପରିବାର ଅନୁସୂଚିତ ଜାତି ଜନଜାତିର ଦୀର୍ଘ ୭୦ ବର୍ଷରୁ ଅଧିକ ସମୟ ଧରି ରହିଆସୁଛନ୍ତି । ଏମାନଙ୍କର ଭୋଟର ପରିଚୟ ପତ୍ର, ଆଧାର କାର୍ଡ ସହ ରାସନ କାର୍ଡ ମଧ୍ୟ ଅଛି ହେଲେ ଏମାନଙ୍କୁ ଏପର୍ଯ୍ୟନ୍ତ ନା ମିଳିଛି ବିଜୁ ପକ୍କା ଘର ନା ମିଳିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ । ଏହି ଲୋକମାନେ କେନାଲ ଏରିଆରେ ରହୁଥିବାରୁ ଏମାନଙ୍କ ପାଖରେ ଜମିର ପଟ୍ଟା ନାହିଁ ତେଣୁ ଏମାନେ ପକ୍କା ଘର ଯୋଜନାରେ ସାମିଲ ହୋଇପାରିନାହାନ୍ତି । ଆଜି ଏହି ପ୍ରତିବାଦରେ ଗାଁର ଶହ ଶହ ମହିଳା ଓ ପୁରୁଷ ବରଗଡ଼ ବସଷ୍ଟାଣ୍ଡରୁ ଏକ ବିଶାଳ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ପ୍ରତ୍ୟେକ ଗରିବ ପରିବାରକୁ ବିଜୁ ପକ୍କା ଘର ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପ୍ରଦାନ କରିବାକୁ ଦାବି କରାଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ସହ ରାଜରାସ୍ତାକୁ ଓଲ୍ହାଇବେ ବୋଲି ବିକ୍ଷୋଭକାରୀ ଧମକ ଦେଇଛନ୍ତି ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST