ଆଜି ଭୁବନେଶ୍ୱର ଡେପୁଟି ମେୟର ନିର୍ବାଚନ

ଭୁବନେଶ୍ୱର(ଏଏନଏସ)୦୯/୦୪, ଆଜି ଭୁବନେଶ୍ୱର ଡେପୁଟି ମେୟର ନିର୍ବାଚନ ଅନୁଷ୍ଠିିତ ହେବ । ଏଥିପାଇଁ ଦିନ ୧୦ଟାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ସକାଳ ୧୦ଟାରୁ ୧୧ଟା ଯାଏ ଡେପୁଟି ମେୟର ଲାଗି ନାମାଙ୍କନ ଦାଖଲ ହୋଇଛି । ସେହିପରି ଦିନ ୧୧ଟାରୁ ୧୨ଟା ଯାଏଁ ନାମାଙ୍କନ ପତ୍ର ଯାଞ୍ଚ ହେବ । ଦିନ ଗୋଟାଏ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ । ଦିନ ସାଢେ ଗୋଟାଏରୁ ସାଢେ ୩ଟା ଯାଏ ଭୋଟ ଗ୍ରହଣ ହେବ । ତେବେ କିଏ ହେବ ବିଜେଡିର ମେୟର ପ୍ରାର୍ଥୀ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେହିପରି ବିଜେଡି ଡେପୁଟି ମେୟର ପଦ ପାଇଁ ମଞ୍ଜୁଲତା କହଁରଙ୍କ ନାମ ଘୋଷଣା କରିଛି । ମଞ୍ଜୁଲତା ହେଉଛନ୍ତି ୨୨ନଂ ୱାର୍ଡର କର୍ପୋରେଟର ।

Leave A Reply

Your email address will not be published.

8 + five =