You are currently viewing କିଏ ହେବେ ଡେପୁଟି ମେୟର? ବ୍ରହ୍ମପୁରରେ ବିବେକ ରେଡ୍ଡି ବନାମ କରୁଣାକର

କିଏ ହେବେ ଡେପୁଟି ମେୟର? ବ୍ରହ୍ମପୁରରେ ବିବେକ ରେଡ୍ଡି ବନାମ କରୁଣାକର

ବ୍ରହ୍ମପୁର(ଏଏନଏସ)୦୮/୦୪, ଆଜି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ହେବ। ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲହୋଇଥିବାବେଳେ , ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ଦିନ ଗୋଟାଏ ଯାଏ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଏବଂ ଅପରାହ୍ନ ସାଢ଼େ ଗୋଟାଏରୁ ମତଦାନ ଆରମ୍ଭ ହେବ । ମତଦାନ ପରେ ଆଜି ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ ।
ତେବେ ବିଜେଡି ଏହି ପଦ ହାତେଇବ ବୋଲି ଚର୍ଚ୍ଚା ହେଉଛି। କାରଣ ୪୨ଟି ଓ୍ୱାର୍ଡ ମଧ୍ୟରୁ ୩୦ଟି ଓ୍ୱାର୍ଡରେ ବିଜେଡି କର୍ପୋରେଟର ଜିତିଛନ୍ତି। ସେହିପରି ବିଜେପିର ୭ ଜଣ ଓ ୪ ଜଣ ସ୍ୱାଧୀନ କର୍ପୋରେଟର ଅଛନ୍ତି।
ବ୍ରହ୍ମପୁରରେ ବିଜେଡିର ଡେପୁଟି ମେୟର ପ୍ରାର୍ଥୀ ହୋଇଛନ୍ତି ଇ. ବିବେକ ରେଡ୍ଡି । ବିବେକ ରେଡ୍ଡି ହେଉଛନ୍ତି ୪୨ ନମ୍ବର ଓ୍ୱାର୍ଡର କର୍ପୋରେଟର। ସେହିପରି ବିଜେପି ପକ୍ଷରୁ ୨୧ ନମ୍ବର ୱାର୍ଡର କର୍ପୋରେଟର ଡି. କରୁଣାକର କର୍ପୋରେଟର, ଡେପୁଟି ମେୟର ପ୍ରାର୍ଥୀ ହୋଇଛନ୍ତି।
ସୂଚନାଯୋଗ୍ୟଯେ, ଗତକାଲି କଟକ ପାଇଁ ଡେପୁଟି ମେୟର ନିର୍ବାଚନ ସରିଛି , ଦମୟନ୍ତୀ ମାଝୀ ହେହାିଚନ୍ତି କଟକର ଯେପୁଟି ମେୟର । ଅପର ପକ୍ଷେ ସେହିପରି ଆସନ୍ତାକାଲି ଭୁବନେଶ୍ବର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।