You are currently viewing ୧୦୦ ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ

୧୦୦ ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ

  • Post category:ଓଡିଶା
  • Reading time:1 mins read

ପୁରୀ: ଶ୍ରୀ ମନ୍ଦିର ଖୋଲିବା ପାଇଁ ଦାବି ପରେ ରାଜ୍ୟ ସରକାର ଶ୍ରୀ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି । ତେବେ ଚଳିତ ମାସ ୨୩ ତାରିଖରେ ଶ୍ରୀ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଜାନୁଆରୀ ୩ରୁ ଅନ୍ୟ ସମସ୍ତ ଜିଲ୍ଲା ବାସୀଙ୍କୁ କୋଭିଡି କଟକଣା ଅନୁଯାୟୀ ମନ୍ଦିରକୁ ପ୍ରବେଶ କରିବାକୁ ଦିଆଯିବ । ଭକ୍ତମାନଙ୍କ ସୁବିଧା ପାଇଁ ଶହେରୁ ଦେଢ଼ ଶହ ଟଙ୍କା ମଧ୍ୟରେ ପୁରୀରେ ରହି ହେବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ସାଧାରଣ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ପାଇଁ ହେବ ଭକ୍ତ ନିବାସ । ଭକ୍ତ ନିବାସ ପାଇଁ ୯ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି । ୩ରୁ ୪ ହଜାର ଲୋକଙ୍କ ରହଣି ବ୍ୟବସ୍ଥା ଥିବା ନିର୍ମାଣ ହେବ ଭକ୍ତ ନିବାସ ।

ଅନ୍ୟମାନଙ୍କୁ ଜଣାନ୍ତୁ।