୨୧ରୁ ବିନା କୋଭିଡ ନେଗେଟିଭ ରିପୋର୍ଟରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ପୁରୀ, ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । କୋଭିଡ କଟକଣା ପାଇଁ ଭକ୍ତମାନେ ଦିଅଁ ଦର୍ଶନରୁ ବଞ୍ଚିତ ହେଉଥିଲେ କିନ୍ତୁ ଏବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟର ଆବଶ୍ୟକତା ନାହିଁ । ଜାନୁଆରୀ ୨୧ ତାରିଖରୁ ଭକ୍ତମାନେ ବିନା ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏନେଇ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ୨୧ ତାରିଖ ପରଠାରୁ ୩୦ ହଜାର ଲୋକ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ବୃଦ୍ଧବୃଦ୍ଧାଙ୍କ ଦର୍ଶନ ପାଇଁ ଏକ ସ୍ବତନ୍ତ୍ର ଲାଇନ୍ କରାଯିବ ଏନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସପି ଓ ବିଭିନ୍ନ ନିଯୋଗର ସେବାୟତଙ୍କୁ ନେଇ ଏହି ସମୀକ୍ଷା ବୈଠକ ବସିଥିଲା ।

Leave A Reply

Your email address will not be published.