You are currently viewing ବିଜେଡି ଦଖଲକୁ ଗଲା ଧାମନଗର ଏନ୍ଏସି

ବିଜେଡି ଦଖଲକୁ ଗଲା ଧାମନଗର ଏନ୍ଏସି

ଧାମନଗର(ଏଏନଏସ)୦୬/୦୪, ସରିଲା ଧାମନଗର ଭୋଟ ଗଣତି । ବିଜେଡି ଦଖଲକୁ ଗଲା ଧାମନଗର ଏନ୍ଏସି, ସେଠାରେ ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନ୍ଏସିର ୧୧ଟି ୱାର୍ଡରୁ ୯ଟିରେ ବିଜେଡି ଓ ୨ଟି ବିଜେପି ହାତକୁ ଯାଇଛି ।


ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନ୍ଏସିର ୬ଟି ବୁଥ୍ରେ ମତଦାନ ବେଳେ ଗଣ୍ଡଗୋଳ ଓ ହିଂସାକାଣ୍ଡ ହୋଇଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଅନ୍ୟ ସମସ୍ତ ୱାର୍ଡର ତଥା ଏନ୍ଏସି ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ଭୋଟ୍ ଗଣତିକୁ ବନ୍ଦ କରାଯାଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।