You are currently viewing ଦିଗପହଣ୍ଡିରେ ଧାରଣା ଦେଲେ ଆସାମ ବୋହୂ

ଦିଗପହଣ୍ଡିରେ ଧାରଣା ଦେଲେ ଆସାମ ବୋହୂ

  • Post category:ଓଡିଶା
  • Reading time:1 mins read

ଦିଗପହଣ୍ଡି (ଏ ଏନ୍ ଏସ)୨୯/୦୪, ଦିଗପହଣ୍ଡିରେ ବୋହୂ ମାନ୍ୟତା ଦାବିରେ ଧାରଣା । ଯୁବତୀଙ୍କ ଘର ଆସାମର । ଦିଗପହଣ୍ଡିର ସିମାଞ୍ଚଳ ଗୌଡଙ୍କର ଦ୍ୱିତୀୟ ପୁଅ ସଦାନନ୍ଦଙ୍କୁ ବିବାହ କରିଛନ୍ତି ବୋଲି ଦାବି କରିଛନ୍ତି ଯୁବତୀ । ୨୦୨୧ରେ ଉଭୟ ମୁମ୍ବାଇରେ ପ୍ରେମ ବିବାହ କରିଥିଲେ । ଉଭୟ ଏକାଠି ରହୁଥିଲେ ବୋଲି ଯୁବତୀ କହିଛନ୍ତି । ଦୁଇ ତିନି ମାସ ହେବ ସଦାନନ୍ଦ ତାଙ୍କୁ ଛାଡି ପଳାଇ ଆସିଥିଲେ ବୋଲି ଇଗନେଶ କହିଛନ୍ତି ।

ଅନ୍ୟ ଏକ ସ୍ଥାନରେ ସଦାନନ୍ଦ ବିବାହ କରୁଥିବା ଖବର ପାଇବା ପରେ ଇଗନେଶ ଏବେ ବୋହୂ ମାନ୍ୟତା ଦାବିରେ ଧାରଣାରେ ବସିଛନ୍ତି । ସେ ପ୍ରଥମେ ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଂଚିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ କରି ସଦାନନ୍ଦଙ୍କ ଘର ପହଞ୍ଚିଛନ୍ତି । ଶୁକ୍ରବାର ଦିଗପହଣ୍ଡି ଥାନାରେ ସେ ଏତଲା ଦେଇଛନ୍ତି । ଏବେ ସଦାନନ୍ଦଙ୍କର କୌଣସି ଖୋଜଖବର ନଥିବା ସୂଚନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।