ଭୁୁବନେଶ୍ୱର(ଏଏନଏସ)୨୨/୦୬, ଓହି।।ର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ହେଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ୧୯୯୭ ମସିହାରେ ରାୟରଙ୍ଗପୁର ଏନଏସିର ସେ ଥିଲେ କାଉନସିଲର । ବିଜେଡି ଓ ବିଜେପିର ମିଳିତ ସରକାରରେ ଦ୍ରୌପଦୀ ମୁର୍ମୁ ଥିଲେ ପରିବହନ ମନ୍ତ୍ରୀ ରାୟରଙ୍ଗପୁର ନିର୍ବାଚନ ମଣ୍ଡଳୀର ୨ଥର ବିଧାୟକ ହେବାର ସେ ସୌଭାଗ୍ୟ ହାସଲ କରିଥିଲେ । ୨୦ ଜୁନ ୧୯୫୮ରେ ଦ୍ରୌପଦୀ ମୁର୍ମୁ ମୟୁରଭଞ୍ଜ ଜିଲ୍ଲାର ରାୟରଙ୍ଗପୁର ଠାରେ ଜନ୍ମ ଗ୍ରହଣ କରିଥିଲେ । ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ଯିଏକି ରାଜ୍ୟପାଳ ହେବାର ମଧ୍ୟ ସୌଭାଗ୍ୟ ଲାଭ କରିଛନ୍ତି । ଗତକାଲି ବିଜେପିର ସଂସଦୀୟ ଦଳ ବୈଠକ ପରେ ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଏନଡିଏର ରାଷ୍ଟ୍ରପତି ପ୍ରର୍ଥୀଭାବେ ଦ୍ରୌପଦୀଙ୍କ ନାମକୁ ଘୋଷଣା କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଗତକାଲି ବିରୋଧୀ ଦଳ ସେମାନଙ୍କ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଏନଡିଏର ରାଷ୍ଟ୍ରପତି ପଦ ପାଇଁ ନାମ ଘୋଷଣା ପରେ ତାଙ୍କୁ ୫ଟି ବୁଲେଟପ୍ରୁଫ କାର ଓ Zପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି । ରାୟରଙ୍ଗପୁରରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ସୁରକ୍ଷା ଯୋଗାଇ ଦିଆଯିବ । ବର୍ତ୍ତମାନ ପାଇଁ ତାଙ୍କ ସୁରକ୍ଷା ଦାୟିତ୍ୱରେ ୧୫୦ ଜଣ ସିଆରପିଏଫ ଯବାନଙ୍କୁ ମୁତୟନ କରାଯାଇଛି । ମିଳିଥିବା ସୂଚନା ମୁତାବକ ଆସନ୍ତା ୨୫ ତାରିଖରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବେ ।
ରାସ୍ତାକଡକୁ ଖସିଲା ଯାତ୍ରୀବାହୀବସ୍ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତୀଜାଣନ୍ତୁ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରିବାର ଫାଇଦାଭୁଲରେ ବି ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ସମସ୍ୟାମହିଳାମାନଙ୍କ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରେ ଅମୃତଭଣ୍ଡା, ଜାଣନ୍ତୁ କ’ଣ?ମଧୁମେହ ରୋଗୀ କରନ୍ତୁ ଏହି ଚା’ର ସେବନଉଡୁଥିବା ହୋଟେଲANS [email protected]କର୍ଡନରେ ପଶି ରଥ ଛୁଇଁଲେ ମାଳ ମାଳ ଅଣଓଡ଼ିଆ,ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା