ନୂଆଦିଲ୍ଲୀ ୨୩/୦୬, ଦିଲ୍ଲୀ ଗଲେ ଏନଡିଏ ରାଷ୍ଟ୍ରପତି ପ୍ରର୍ଥୀ ଦ୍ରୌପଦୀ ମୁର୍ମୁ । ଏମସିଏଲ ଗେଷ୍ଟ ହାଉସରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ପାରମ୍ପାରିକ ଆଦିବାସୀ ନାଚ ଗୀତରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଭୁବନେଶ୍ୱରରୁ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବା ପରେ ସେଠାରୁ ସିଧାସଳଖ ଓଡିଶା ଭବନ ଯିବେ । ଓଡିଶା ଭବନରେ ରହିବା ପରେ ଆସନ୍ତା କାଲି ଏନଡିଏ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ । ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଉପସ୍ଥି୍ତ ରହିବେ । ସୂଚନା ଅନୁଯାୟୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ ଯାଏଁ ଓଡିଶାରେ ରହିବେ । ଏହାପରେ ତାଙ୍କୁ ଅନ୍ୟତ୍ର ସ୍ତାନାନ୍ତର କରାଯାଇପାରେ । ଓଡିଶା ଭବନରେ ଦ୍ରୌପଦୀ ମୁର୍ମୁ ରହିବା ବ୍ୟବସ୍ଥାର ତଦାରଖ କରିବା ସହ ସେଠାରେ ତାଙ୍କର ରହିବା ପାଇଁ କିଭଳି ବ୍ୟବସ୍ଥା ହୋଇଛି ସେ ନେଇ ଓଡିଶା ଭବନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀ ।
ଜାଣନ୍ତୁ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରିବାର ଫାଇଦାଭୁଲରେ ବି ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ସମସ୍ୟାମହିଳାମାନଙ୍କ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରେ ଅମୃତଭଣ୍ଡା, ଜାଣନ୍ତୁ କ’ଣ?ମଧୁମେହ ରୋଗୀ କରନ୍ତୁ ଏହି ଚା’ର ସେବନଉଡୁଥିବା ହୋଟେଲANS [email protected]କର୍ଡନରେ ପଶି ରଥ ଛୁଇଁଲେ ମାଳ ମାଳ ଅଣଓଡ଼ିଆ,ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟାଆସୁଛି ଲଘୁଚାପଚଳିତ ଅଧିବବେଶନରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ