ଦୁର୍ଘଟଣା ପରେ ଟ୍ରକରେ ଫସିଥିଲେ ଡ଼୍ରାଇଭର

ବାଲେଶ୍ୱର(ଏଏନଏସ) ୧୬/୦୫,  ଟ୍ରକରେ ଫସି ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ ।ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ କ୍ୟାବିନରେ ଫସିଗଲେ ଡ୍ରାଇଭର । ଖବରରୁ ପ୍ରକାଶ ଯେ ବାଲେଶ୍ବର ଜିଲ୍ଲା ଜାତୀୟ ରାଜପଥ ନୂଆନଈ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ଗୋଟିଏ ଟ୍ରକର ଡ୍ରାଇଭର ଟ୍ରକର ଆଗ କ୍ଯାବିନରେ ଫସି ଯାଇଥିଲେ ।ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଅଗ୍ନିଶମ ବାହିନୀର ଟିମ୍ ସେଠାରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.

three × five =