You are currently viewing ମୟୂରଭଞ୍ଜ ଓ ବାଲେଶ୍ୱରରେ ଭୂକମ୍ପ ଝଟକା

ମୟୂରଭଞ୍ଜ ଓ ବାଲେଶ୍ୱରରେ ଭୂକମ୍ପ ଝଟକା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଭୂକମ୍ପର ଝଟ୍‌କା ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ପାଖାପାଖି ପ୍ରାୟ ୨ଟା ୧୩ ମିନିଟରେ ଏହି ଭୂକମ୍ପ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୯ ଥିଲା ବୋଲି ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । ଭୂକମ୍ପ ସମୟରେ ଲୋକ ଭୟଭୀତ ହୋଇ ବାହାରକୁ ପଳାଇଥିଲେ । କେବଳ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ନୁହେଁ ଉତ୍ତରାଖଣ୍ଡର ରାଜ୍ୟର କେତେକ ସ୍ଥାନରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।