ଭୁବନେଶ୍ୱର(୨.୧୨.୨୨) : ଅର୍ଚ୍ଚନା ନାଗ ବ୍ଲାକମେଲିଂ କେସର ତନାଘନା କରୁଛି ଇଡି । ପଚରାଉଚରା ପାଇଁ ୧୫ ଜଣଙ୍କ ତାଲିକା ପ୍ରସ୍ତୁତ କରିଥିବା ବେଳେ ସପ୍ତମ ବ୍ୟକ୍ତି ଭାବେ ଗତକାଲି ହାଜର ହୋଇଥିଲେ ହେଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ । ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବା ଶିବ ପ୍ରସାଦ ପ୍ରାୟ ୧୩ ଘଣ୍ଟା ପରେ ସେଠାରୁ ବାହାରିଲେ। ତେବେ ବାହାରିବା ବେଳେ ଅର୍ଚ୍ଚନା କିମ୍ବା ଶ୍ରଦ୍ଧାଞ୍ଜଳି କାହାକୁ ସେ ଚିହ୍ନି ନ ଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିଠାରୁ ସମନ ପାଇ ଗତକାଲି ଦିନ ୧୦ଟାରୁ ଏହାର କାର୍ଯ୍ୟାଳୟରେ ହାଜର ହୋଇଥିଲେ ଶିବ ପ୍ରସାଦ । ତେବେ ସେଠାରୁ ୧୩ ଘଣ୍ଟା ପରେ ଅର୍ଥାତ ରାତି ପ୍ରାୟ ୧୧ଟାରେ ବାହାରିଥିଲେ ଶିବ ପ୍ରସାଦ । ତେବେ ବାହାରିବା ବେଳେ ଇଡି ପ୍ରଶ୍ନର ସବୁ ଉତ୍ତର ରଖିଥିବା ସ୍ପଷ୍ଟ କରିଛନ୍ତି। ଏଥିସହ ମୋତେ ଯାହା ପଚାରିଲେ କହିଲି। ମୁଁ ନିର୍ଦ୍ଦୋଷ । କିଛି ଜେରା ହୋଇ ନାହିଁ। କେବଳ ଲେଖାଲେଖିରେ ସମୟ ଚାଲିଗଲା ବୋଲି ଗଣମାଧ୍ୟମକୁ କହିଛନ୍ତି ଶିବ ପ୍ରସାଦ । ଅର୍ଚ୍ଚନା ମୋ’ ହୋଟେଲକୁ ଯାଉ ନ ଥିବା ବେଳେ ସେଠାରେ କୌଣସି ଡିଲ୍ ହେବା ଘଟଣାକୁ ଅସ୍ୱୀକାର କରିଛନ୍ତି ଶିବ ପ୍ରସାଦ । ଏପରିକି ଅର୍ଚ୍ଚନା କିମ୍ବା ଶ୍ରଦ୍ଧାଞ୍ଜଳି କାହାକୁ ସେ ଚିହ୍ନି ନ ଥିବା ସ୍ପଷ୍ଟ କରିଛନ୍ତି।
ଅଜବ ମନ୍ଦିର : ଯେଉଁଠାରେ କୁକୁରମାନଙ୍କ ନାମକରଣ କରାଯାଏଡାର୍କ ଚକଲେଟ ହୋଇପାରେ ଘାତକକଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ ପଥରଗାତରେ ପଡି ଶିଶୁ କନ୍ୟା ମୃତଯୁବକ ଙ୍କୁ ବିଭତ୍ସ ହତ୍ୟାNEWS SUPERFAST [email protected]ଝିଅଙ୍କୁ ଦେଖି ଚେତାଶୂନ୍ୟ ହେଲେ ଛାତ୍ରଅର୍ଚ୍ଚନା ନାଗ ମାମଲା : କୋର୍ଟରେ ଚାର୍ଜସିଟ ଦାଖଲ କରିବ କମିଶନରେଟ ପୋଲିସ୨୪ ଫେବ୍ରୃଆରୀରେ ବିଧାନସଭାରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀଦନ୍ତାର ମୃତଦେହ ଠାବ