ଜାଣନ୍ତି କି, ମସ୍ତିଷ୍କକୁ ସକ୍ରିୟ ରଖେ ଅଣ୍ଡା?

ଅଣ୍ଡାରେ ଭରପୁର ପରିମାଣରେ ପ୍ରୋଟିନ୍ ଅଛି। ଏହା ଶରୀର ପାଇଁ ହିତକର। ଏକ ଗବେଷଣା ଅନୁସାରେ, ମସ୍ତିଷ୍କକୁ ସକ୍ରିୟ ରଖିବାରେ ସାହାଯ୍ୟ କରେ ଅଣ୍ଡା। ୧୮ରୁ ୭୫ ବର୍ଷ ବୟସ ବର୍ଗର ୭୯ଜଣ ପ୍ରତିଯୋଗୀଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା।

ଗବେଷଣା ଅନୁସାରେ, ନିତିଦିନ ଅଣ୍ଡା ଖାଇବା ଦ୍ଵାରା ଚିନ୍ତା କରିବା ଓ ତର୍କ କରିବା କ୍ଷମତା ଏବଂ ସ୍ମରଣ ଶକ୍ତିରେ ସୁଧାର ଆସିଥାଏ। ଏହା ନିର୍ଣ୍ଣୟ ନେବା କ୍ଷମତାରେ ବି ସୁଧାର ଆଣିଥାଏ। ଏଥିରେ ଥିବା ବିଶେଷ ପ୍ରକାର ପ୍ରୋଟିନ୍‌ ହିଁ ଏହି ସବୁ କାର୍ଯ୍ୟକୁ ପରିଚାଳନା କରିଥାଏ। ତେବେ ଏହି ଗବେଷଣାରେ ଅଣ୍ଡା ବ୍ୟତୀତ ପନିପରିବା ଖାଇବା ଉପରେ ବି ଦୃଷ୍ଟି ଦିଆଯାଇଛି।

Leave A Reply

Your email address will not be published.