You are currently viewing ଯବାନଙ୍କୁ କଚାଡି ଦେଲା ଦନ୍ତା ହାତୀ

ଯବାନଙ୍କୁ କଚାଡି ଦେଲା ଦନ୍ତା ହାତୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୯/୦୪, ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ମୁଣ୍ଡାସାହି ନିକଟରେ ଅଘଟଣ । ହାତୀ ଆକ୍ରମଣରେ ୮୮ ବିଏସଏଫ ବାଟାଲିୟନର ୬ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଗତକାଲି ରାତିରେ ଚନ୍ଦକା ମୁଣ୍ଡାସାହି ନିକଟରେ ଥିବା ଜଙ୍ଗଲରେ ଯବାନମାନଙ୍କର ନକ୍ସଲ ବିରୋଧୀ ଟ୍ରେନିଂ ଚାଲିଥିଲା। ଏହି ସମୟରେ ଏକ ହାତୀ ପଲ ଆସି ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। । ଖବରପାଇ ଏସ୍ଓଜି ଟ୍ରେନିଂ କ୍ୟାମ୍ପରୁ ଆମ୍ବୁଲାନ୍ସ ସହ ଅଧିକାରୀମାନେ ଯାଇ ଗୁରୁତର ଯବାନ ଓ ଅନ୍ୟମାନଙ୍କୁ ଜଙ୍ଗଲରୁ ଉଦ୍ଧାର କରି ଆଣିଥିଲେ । ଗୁରୁତର ଯବାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସ ସ୍ଥାନାନ୍ତର କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।