କର୍ମଚାରୀଙ୍କ ଛୁଟି ବାତିଲ;ଟୋଲ ଫି ନମ୍ବର ଜାରି

ଭୁବନେଶ୍ୱର, ରାଜ୍ୟରେ ଗ୍ରୀଷ୍ମପ୍ରବାହର ପ୍ରକୋପ ବେଶ ଅଧିକ ରହୁଛି । ଏବେ କିଛି ଦିନ ହେବ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ଦେଖାଦେଇଥିବାବେଳ ଆଗକୁ ଅତ୍ୟଧିକ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି । ଏନେଇ ଆଗରୁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଜଳଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଜଳଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଦେଖାଦେଉଥିବା ଜଳ ସମସ୍ୟା ଦୂର କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।ଏନେଇ ପଞ୍ଚାୟତରାଜ ଏବଂ ପାନୀୟ ଜଳଯୋଗଣା ମନ୍ତ୍ରୀ ସୂଚନା ଦେଇଛନ୍ତି । ପାନୀୟ ଜଳ ସମସସ୍ୟା ସମାଧାନ ପାଇଁ ୩ ଟି ଟୋଲ ଫି ନମ୍ବର ମଧ୍ୟ ଜାରି ହୋଇଛି । ଗ୍ରାମାଞ୍ଚଳ ପାଇଁ ୧୯୧୬ ନମ୍ବର ଓ ସହରାଞ୍ଚଳ ପାଇଁ ୧୫୫୩୫୯ ଏବଂ ୧୮୦୦୩୪୫୬୭୮୪୩ ଦୁଇଟି ନମ୍ବର ଜାରି କରାଯାଇଛି ।

Leave A Reply

Your email address will not be published.