You are currently viewing ୨୪ ଘଣ୍ଟା ପରେ ବି ଜଣାପଡି ନାହିଁ ହତ୍ୟାକାଣ୍ଡର ଅସଲ କାରଣ

୨୪ ଘଣ୍ଟା ପରେ ବି ଜଣାପଡି ନାହିଁ ହତ୍ୟାକାଣ୍ଡର ଅସଲ କାରଣ

  • Post category:ଓଡିଶା
  • Reading time:1 mins read

ଝାରସୁଗୁଡା୩୧/୦୧, ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାକୁ ଦୁଇ ଦିନ ବିତିଲାଣି । ଗୋଟେପଟେ ଗୋପାଳକୃଷ୍ଣ ନିଜ ସତ ମାନିଥିବା ବେଳେ ଅନ୍ୟପଟେ ସେ କାହିଁକି ମନ୍ତ୍ରୀଙ୍କୁ ଗୁଳିମାଡ କରିଲା ତାହା ଏଯାଏଁ ମଧ୍ୟ ଜଣାପଡି ନାହିଁ । ଏହି ପ୍ରଶ୍ନ ଏଯାଏ କେବଳ ପ୍ରଶ୍ନବାଚୀ ହୋଇ ରହିଛି । କ୍ରାଇମବ୍ରାଞ୍ଚର ପଚରାଉଚରାରେ ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସ ନିଜ ଦୋଷ ମାନିଛି । ନବ ଦାସଙ୍କ ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ । ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ସେ ବ୍ରଜରାଜନଗରରେ କ୍ୟାମ୍ପ କରି ତଦନ୍ତର ତଦାରଖ କରୁଛନ୍ତି । ଖୋଳତାଡ କରୁଛନ୍ତି ଦୁଇଟି ତଦନ୍ତକାରୀ ଟିମ୍‌ ।

କ୍ରାଇମବ୍ରାଞ୍ଚ ଡିଏସ୍‌ପି ରମେଶ ଦୋରା ଓ ଶିଶିର ମିଶ୍ରଙ୍କ ନେତୃତ୍ୱରେ ଟିମ୍‌ ତଦନ୍ତ ଚଳାଇଛି । ଏସଏଫଏଲର ଏକ୍ସପର୍ଟ ଟିମ୍‌ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି । ତଦନ୍ତରେ ସାମିଲ ଅଛନ୍ତି ଫୋରେନ୍‌ସିକ, ବାଲିଷ୍ଟିକ ଓ ସାଇବର ଏକ୍ସପର୍ଟ ଟିମ୍‌ । ଗୋଟିଏ ଟିମ୍‌ ବ୍ରଜରାଜନଗରରେ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି । ଗୋପାଳ ଦାସଙ୍କ 9MM ପିସ୍ତଲ, ତିନି ରାଉଣ୍ଡ ଗୁଳି ଓ ମୋବାଇଲ୍‌ ଫୋନ୍‌ ଜବତ ହୋଇଛି । ବାଲିଷ୍ଟିକ ତଦନ୍ତ ପାଇଁ ପଠାଯାଇଛି ପିସ୍ତଲ ଓ ଗୁଳି । ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ୱାଧୀନ ଟିମ୍‌ ଭୁବନେଶ୍ୱରରୁ ନବ ଦାସଙ୍କ ଚିକିତ୍ସା ଦସ୍ତାବିଜ, ରକ୍ତ ଭିଜା ପୋଷାକ ଜବତ କରିଛି । ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ରହିଛି । ତାଙ୍କ ଭିସେରାକୁ ସଂରକ୍ଷିତ କରି ରଖାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।