ଭୁବନେଶ୍ୱର-୦୩.୦୫.୨୦୨୧, ସିବିଏସଇ ଫର୍ମାଟରେ ପ୍ରକାଶ ପାଇବ ଦଶମ ବୋର୍ଡ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏନେଇ ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଛାତ୍ରଛାତ୍ରୀଙ୍କ ବିବରଣୀ ମାଗିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଏହି ଫର୍ମାଟରେ ସ୍କୁଲ ନାମ, ନମ୍ବର ଏବଂ ରୋଲ ନମ୍ବର ଆଦି ଉଲ୍ଲେଖ ରହିବ । ଦଶମ ଶ୍ରେଣୀର ଟେଷ୍ଟ ଏବଂ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷାର ନମ୍ବର ମଧ୍ୟ ମାଗାଯାଇଛି । ଉଭୟ ପରୀକ୍ଷାରେ ପିଲା ରଖିଥିବା ନମ୍ବର ଦାଖଲ କରିବାକୁ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ସୁଦ୍ଧା ନିକଟ ପରୀକ୍ଷାକେନ୍ଦ୍ରରେ ଫର୍ମାଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।
ସିବିଏସଇ ଫର୍ମାଟରେ ପ୍ରକାଶ ପାଇବ ଦଶମ ବୋର୍ଡ ପରୀକ୍ଷା ଫଳ
- Post published:May 3, 2021
- Post category:ଓଡିଶା
- Reading time:1 mins read