You are currently viewing ନାରୀର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଯୋଗ

ନାରୀର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଯୋଗ

  • Post category:ଓଡିଶା
  • Reading time:1 mins read

ନାରୀଙ୍କ ସୁନ୍ଦରତା ହେଉଛି ତ୍ୱଚା । ପ୍ରତି ମହିଳାଙ୍କର ରହିଛି ଦୁର୍ବଳତା । ଅବଶ୍ୟ ବୟସ ବଢିବା ସହ ତ୍ୱଚାର ଚମ୍‌କ ଆପେ ଆପେ କମିବାରେ ଲାଗେ ।ଏଥିପାଇଁ ସୂର୍ଯ୍ୟକିରଣ ଓ ପ୍ରଦୂଷଣ ଏହା ପାଇଁ ମୁଖ୍ୟତଃ ଦାୟୀ । ଏଥିପାଇଁ ଯେତେ କସ୍‌ମେଟିକ୍‌ ବ୍ୟବହାର କଲେ ମଧ୍ୟ କିଛି ଲାଭ ହୋଇ ନଥାଏ । କାରଣ କସ୍‌ମେଟିକ୍‌ କେବଳ ବାହ୍ୟ ଆବରଣ ବହନ କରେ । ତ୍ୱଚାରେ ଚମ୍‌କ ପାଇଁ ଭିତରୁ ସୁସ୍ଥ ରହିବା ଜରୁରୀ । ଏଥିପାଇଁ ପ୍ରତିଦିନ ଯୋଗ କରିବା ଉଚିତ୍‌। ଯୋଗରେ କେତେକ ମୁଦ୍ରା ରହିଛି, ଯାହାକୁ ନିୟମିତ କରିବା ଦ୍ୱାରା ମହିଳାମାନେ ଭିତରୁ ସୁସ୍ଥ ହେବା ସହ ସୌନ୍ଦର୍ଯ୍ୟକୁ ବଜାୟ ରଖିପାରିବେ।

ଆଖି ପାଇଁ : ବେକକୁ ସିଧା ରଖି ଆଖିକୁ ଡ୍ୟାନ୍ସିଂ ବଲ୍‌ ପରି ବୁଲାନ୍ତୁ । ଯେପରିକି ଘଣ୍ଟା କଣ୍ଟା ଘୂରିବା ଦିଗରେ, ଏହାର ବିପରୀତ ଦିଗରେ, ଉପର ଓ ତଳ ଭାବେ ଆଖିକୁ ଘୂରାନ୍ତୁ । ନିୟମିତ ଏପରି କରିବା ଦ୍ୱାରା ଆଖି ସବୁବେଳେ ସତେଜ ଓ ସୁଢୋଳ ରହିଥାଏ ।

ଗାଲ ପାଇଁ : ପାଟି ଭିତରେ ପବନ ପୂରାଇ ଗାଲକୁ ବେଲୁନ୍‌ ପରି ଫୁଲାନ୍ତୁ । ଏହି ସ୍ଥିତିରେ ଗାଲକୁ ହାଲ୍‌କା ହାତରେ ସ୍ପର୍ଶ କରନ୍ତୁ । ଏହି ପ୍ରକ୍ରିୟାକୁ ୩/୪ ମିନିଟ୍‌ ଯାଏ କରନ୍ତୁ ।

ସିଂହ ମୁଦ୍ରା : ଏହି ମୁଦ୍ରା କରିବା ପାଇଁ ପ୍ରଥମେ ଭୂମି ଉପରେ ଦୁଇ ହାତକୁ ରଖନ୍ତୁ । ଏବେ ବେକକୁ ଉପରକୁ ଉଠାଇ ଜିଭକୁ ବାହାରକୁ ଆଣନ୍ତୁ, ଠିକ୍‌ ସିଂହ ପରି । ଏହି ସମୟରେ ଆଖିକୁ ବଡ଼ କରିନିଅନ୍ତୁ ।

ମାଛ ମୁହଁ ମୁଦ୍ରା : ଗାଲ ଭିତରକୁ ଟାଣି ମୁହଁକୁ ମାଛ ମୁହଁ ଆକାରର କରନ୍ତୁ । ଏହା ତ୍ୱଚାର ଡବଲ ଚିନ୍‌ ସମସ୍ୟା ଦୂର କରିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।